ଏକତରଫା ପ୍ରେମରୁ ମହିଳାଙ୍କୁ ହତ୍ୟା ଘଟଣା, କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ଅଭିଯୁକ୍ତ

ଭୁବନେଶ୍ବର କ୍ୟାପିଟାଲ ଥାନା ଅଞ୍ଚଳରେ ମହିଳାଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ୍ । ଗିରଫ ପରେ ଅଭିଯୁକ୍ତକୁ ନେଇ କ୍ରାଇମ ସିନ ରିକ୍ରିଏସନ କରୁଛି ପୋଲିସ ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର କ୍ୟାପିଟାଲ ଥାନା ଅଞ୍ଚଳରେ ମହିଳାଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ୍ । ଗିରଫ ପରେ ଅଭିଯୁକ୍ତକୁ ନେଇ କ୍ରାଇମ ସିନ ରିକ୍ରିଏସନ କରୁଛି ପୋଲିସ । ଗତ ବୁଧବାର ସନ୍ଧ୍ୟାରେ ମାଲିକାଣୀକୁ ଘର ଆଗରେ ହତ୍ୟା କରିଥିଲା ଅଭିଯୁକ୍ତ । ଏକତରଫା ପ୍ରେମ କରି ବିବାହ ପାଇଁ ମାଲିକାଣୀ ମନା କରିବାରୁ ହତ୍ୟା କରିଥିଲା ଅଭିଯୁକ୍ତ ।

ମୃତକ ଜଣଙ୍କ ହେଲେ ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା । ଶିଶୁଭବନ ଛକ ନିକଟରେ ସେ ଭଡାରେ ରହୁଥିଲେ । ମୃତକଙ୍କ ସ୍ୱାମୀ କୁଞ୍ଜବିହାରି ଦତ୍ତ ଏନେଇ ଥାନାରେ ଅଭିଯୋଗ କରିଥିଲେ । କୁଞ୍ଜବିହାରି ଙ୍କର ବାପୁଜୀନଗରରେ ଏକ ମୋବାଇଲ ମରାମତି ଦୋକାନ ରହିଛି । ଗତ ବୁଧବାର ସନ୍ଧ୍ୟା ୭ଟାରେ ସ୍ୱାମୀଙ୍କ ଦୋକାନକୁ ଯାଇଥିଲେ । ଫେରିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କୁ ପିଛା କରି ଅଟକାଇଥିଲେ । ଏହାପରେ ଅତର୍କିତ ଭାବେ ଯୁବକ ଜଣଙ୍କ ଛୁରାମାଡ଼ କରିଥିବା ଜଣାପଡ଼ିଛି । ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ମହିଳା ଜଣଙ୍କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ହତ୍ୟା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲା ପୋଲିସ୍ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.