ଆପଣଙ୍କ ପଛେ ପଛେ ଚାଲିବ ଏହି ସ୍ମାର୍ଟ AI ସୁଟକେସ୍‌, ଜାଣନ୍ତୁ କେତେ ରହିଛି ଦାମ୍‌

ଆପଣଙ୍କ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଟେକ୍ନୋଲୋଜିର ଏକ ଚମତ୍କାର ସୁଟକେସ୍ କୁ ଲଞ୍ଚ କରାଯାଇଛି । ଦିଲ୍ଲୀର ଏକ କମ୍ପାନୀ ମିନିଷ୍ଟ୍ର ଅଫ୍‌ ଇଲେକ୍ଟ୍ରୋନିକ୍ସ ସାହାଯ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଦ୍ୱାରା ଏକ ସ୍ମାର୍ଟ ଲଗେଜ୍ ସିଷ୍ଟମ ପ୍ରସ୍ତୁତ କରିଛି ।

ଯାତ୍ରା ସମୟରେ ବିଶେଷକରି ଏୟାରପୋର୍ଟ କିମ୍ବା ରେଳ ଷ୍ଟେସନରେ ଆପଣ ଲଗେଜ୍ ନେବାରେ ଅନେକ ସମସ୍ୟା ହୋଇଥାଏ । କାରଣ ଲଗେଜ୍‌ ବହୁତ ଭାରୀ ହୋଇଥାଏ । ତେବେ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପଣଙ୍କ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଟେକ୍ନୋଲୋଜିର ଏକ ଚମତ୍କାର ସୁଟକେସ୍ କୁ ଲଞ୍ଚ କରାଯାଇଛି । ଦିଲ୍ଲୀର ଏକ କମ୍ପାନୀ ମିନିଷ୍ଟ୍ର ଅଫ୍‌ ଇଲେକ୍ଟ୍ରୋନିକ୍ସ ସାହାଯ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଦ୍ୱାରା ଏକ ସ୍ମାର୍ଟ ଲଗେଜ୍ ସିଷ୍ଟମ ପ୍ରସ୍ତୁତ କରିଛି । ଯଦି ଆପଣଙ୍କ ପାଖରେ ଏହି AI ସୁଟକେସ୍ ରହିବ ତେବେ ଯାତ୍ରା ସମୟରେ ଆପଣଙ୍କୁ ଲଗେଜ୍‌ ଧରିବା ପାଇଁ କୌଣସି ଅସୁବିଧା ହେବ ନାହିଁ । ଦିଲ୍ଲୀର ଏକ କମ୍ପାନୀ ଅଟୋମ୍ୟାଟିକ୍‌ ରୋବୋଟିକ୍ ଲଗେଜ୍ ସିଷ୍ଟମ ତିଆରି କରିଛି, ଯାହାକୁ ଆପଣ ବୋହିବାର ଆବଶ୍ୟକତା ନାହିଁ ।

ଏହି ସୁଟକେସ୍ ଆପଣଙ୍କ ସହିତ ଆପେ ଆପେ ଚାଲିବ । ଏହି ସ୍ମାର୍ଟ ସୁଟକେସ୍ କୁ ଧରିବାର କୌଣସି ଆବଶ୍ୟକତା ନାହିଁ । ଏହା ରିମୋଟ୍ ମାଧ୍ୟମରେ ଆପଣଙ୍କ ନିର୍ଦ୍ଦେଶକୁ ମାନି ଆପଣଙ୍କ ସହିତ ଚାଲିବ । AI ସୁଟକେସ୍ ତିଆରି କରିବାରେ ଫୋଲୋ ମି ଟେକନିକ୍‌ ବ୍ୟବହାର କରାଯାଇଛି ।

ଏହି ସ୍ମାର୍ଟ ଲଗେଜ୍ ସିଷ୍ଟମର କେବଳ ଆପେ ଚାଲିବାର ଫିଚର ରହିଛି ତାହା ନୁହେଁ, ଏହି ସୁଟକେସ୍ ଉପରେ ଆପଣ ବସି ବସି ଏୟାରପୋର୍ଟରେ ମଧ୍ୟ ପହଞ୍ଚିପାରିବେ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସୁଟକେସର ବିଶେଷତ୍ୱ ହେଉଛି ଏହା ୧୨୦ କିଲୋଗ୍ରାମ ଓଜନର ଲୋକଙ୍କୁ ବୋହିପାରିବ ଏବଂ ଗୋଟିଏ ଚାର୍ଜରେ ୭ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଏହା ବ୍ୟତୀତ ଏହି ସୁଟକେସ୍‌ ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଆପଣଙ୍କୁ ଫୋଲୋ କରିପାରିବ ।

ଏହି ସ୍ମାର୍ଟ ଲଗେଜ୍ ସିଷ୍ଟମରେ ଏକ ରିମୋଭାଲ ବ୍ୟାଟେରୀ ମଧ୍ୟ ଲାଗିଛି ଯାହା ଆପଣଙ୍କ ମୋବାଇଲକୁ ମଧ୍ୟ ଚାର୍ଜ କରିପାରିବ । ଏହାର ବ୍ୟାଟେରୀ ଚାର୍ଜ କରିବାକୁ ୨ ଘଣ୍ଟା ସମୟ ଲାଗେ । ବିମାନ ବନ୍ଦରରେ ମଧ୍ୟ ଆପଣ ଏହି ସୁଟକେସ୍ କେଉଁଠାରେ ଅଛି ଜାଣିପାରିବେ । କେବଳ ଏତିକି ନୁହେଁ ଏହି ସୁଟକେସ୍‌ ଆପେ ବ୍ୟାଲାନ୍ସ ହୋଇପାରିବ । ତେବେ ଗୋଟିଏ ବ୍ରିଫକେସର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା କିନ୍ତୁ କମ୍ପାନୀ ଦାବି କରିଛି ଯେ ଏହି ସ୍ମାର୍ଟ ସୁଟକେସ୍ ଖୁବ୍ ଶୀଘ୍ର ବଜାରରେ କମ୍ ମୂଲ୍ୟରେ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.