ଲୋକସଭା ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆଶ୍ୱସ୍ତି, କମିଲା ସିଏନଜି ଦର

ଗ୍ୟାସର ଉତ୍ପାଦନ ମୂଲ୍ୟ ହ୍ରାସ ଯୋଗୁଁ ସିଏନଜି ଦାମ୍‌ ହ୍ରାସ କରାଯାଇଛି । ଏହି କାରଣରୁ ସିଏନଜିର ମୂଲ୍ୟ ହ୍ରାସ କରାଯାଇଛି । ଏହି ଦର ଗତକାଲି ମଧ୍ୟରାତ୍ରିରୁ ଲାଗୁ ହୋଇଛି । ମୁମ୍ବାଇରେ ସିଏନଜି ଦାମ୍‌ କିଲୋ ପ୍ରତି ୨.୫ ଟଙ୍କା କମିଛି ।

ନିର୍ବାଚନ ପୂର୍ବରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ମହାରାଷ୍ଟ୍ର ମୁମ୍ବାଇରେ ସିଏନଜି ଦାମ୍‌ କିଲୋ ପ୍ରତି ୨.୫ ଟଙ୍କା କମିଛି । ପବ୍ଲିକ ସେକ୍ଟରର ମହାନଗର ଗ୍ୟାସ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୨.୫ ଟଙ୍କା ହ୍ରାସ କରିଛି ।

କମ୍ପାନୀ ଜାରି କରିଥିବା ଏକ ବୟାନ ଅନୁଯାୟୀ, ଗ୍ୟାସର ଉତ୍ପାଦନ ମୂଲ୍ୟ ହ୍ରାସ ଯୋଗୁଁ ସିଏନଜି ଦାମ୍‌ ହ୍ରାସ କରାଯାଇଛି । ଏହି କାରଣରୁ ସିଏନଜିର ମୂଲ୍ୟ ହ୍ରାସ କରାଯାଇଛି । ଏହି ଦର ଗତକାଲି ମଧ୍ୟରାତ୍ରିରୁ ଲାଗୁ ହୋଇଛି । ଗ୍ୟାସର ଉତ୍ପାଦନ ମୂଲ୍ୟ ହ୍ରାସ ହେତୁ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ସିଏନଜି ମୂଲ୍ୟ ହ୍ରାସ ହୋଇପାରେ ବୋଲି ଆଶା କରାଯାଉଛି ।

ସରକାରୀ କମ୍ପାନୀ ମହାନଗର ଗ୍ୟାସ ଲିମିଟେଡ ସିଏନଜିର ମୂଲ୍ୟ କିଲୋଗ୍ରାମ ପିଛା ୨.୫ ଟଙ୍କା ହ୍ରାସ କରିବା ପରେ ସିଏନଜିର ମୂଲ୍ୟ ୭୩.୫୦ ଟଙ୍କା ହୋଇଛି । ଏମଜିଏଲ ସାଧାରଣତଃ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗ୍ୟାସ ଯୋଗାଇଥାଏ ଏବଂ ବିକ୍ରି କରିଥାଏ । ତେବେ ଦେଶର ଅନ୍ୟାନ୍ୟ ସହରରେ ସିଏନଜି ମୂଲ୍ୟ ସ୍ଥିର ରହିଛି । ଦିଲ୍ଲୀରେ ସିଏନଜି ଦାମ୍‌ ୭୬.୫୯ ଟଙ୍କା କିଲୋ ପ୍ରତି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.