Below header

ଲକ୍ଷେ ଶିବଲିଙ୍ଗ ପୂଜିଲେ ଯେଉଁ ଫଳ ମିଳିଥାଏ, ପଙ୍କଉଦ୍ଧାର ଏକାଦଶୀରେ ଶ୍ରୀ ଲୋକନାଥଙ୍କୁ ଦର୍ଶନ କଲେ ସମାନ ପୁଣ୍ୟ ମିଳେ

ଆଜି ହେଉଛି ପବିତ୍ର ପଙ୍କଉଦ୍ଧାର ଏକାଦଶୀ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଆଜିର ଦିନର ବିଶେଷ ମହତ୍ୱ ରହିଛି ।

ପୁରୀ(କେନ୍ୟୁଜ): ଆଜି ହେଉଛି ପବିତ୍ର ପଙ୍କଉଦ୍ଧାର ଏକାଦଶୀ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଆଜିର ଦିନର ବିଶେଷ ମହତ୍ୱ ରହିଛି । ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ବିତ.ରାତି ୨ଟା ରେ ଦ୍ୱାରଫିଟା ହୋଇ ସକାଳ ଧୂପ ଓ ଦ୍ୱିପ୍ରହର ଧୂପ ପରେ ରାତ୍ର ୩ଟାରୁ ମନ୍ଦିର ଗମ୍ଭିରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର,ପୁଷ୍ପ ,ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ାଯାଇଥିଲା ।

ପରେ ମହାସ୍ନାନ କରାଯିବା ପରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ଭକ୍ତମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ଠାକୁରଙ୍କ ପ୍ରତକ୍ଷ ଲିଙ୍ଗ ଦର୍ଶନ କରି ଆଶିଷ ଲାଭ କରିଥିଲେ । ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ଚାଲୁ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଭୁ ଶ୍ରୀଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ରାମଚନ୍ଦ୍ର କରିଥିବାର କିମ୍ବଦନ୍ତୀରୁ ଜଣାଯାଏ । ଲକ୍ଷେ ଶିବଲିଙ୍ଗ ପୂଜାକଲେ ଯେଉଁ ଫଳ ପ୍ରାପ୍ତି ମିଳିଥାଏ, ଆଜିର ଦିନରେ ଶ୍ରୀ ଲୋକନାଥଙ୍କୁ ଦର୍ଶନ ସହିତ ପୂଜାର୍ଚନା କଲେ ସମପରିମାଣର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ସେହିପରି ପୁରୀ ଜିଲ୍ଲାପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୀତିକୁ ଶୃଙ୍ଖଳିତ କରାଯାଇ ପଙ୍କୋଉଦ୍ଧାର ପାଇଁ ଆଜି ପ୍ରତ୍ୟୁଷରୁ ଲୋକନାଥ ଦେବଙ୍କ ସମସ୍ତ ନୀତିକାନ୍ତି ସମାପ୍ତ କରାଯାଇଥିଲା । ପରେ ପଙ୍କଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ, ବହୁ ସେବାୟତ, ସ୍ଥାନୀୟ ବାସିନ୍ଦା ମହାପ୍ରଭୁଙ୍କ ଗମ୍ଭୀରାରୁ ପଙ୍କ କଢା କାର୍ଯ୍ୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଆଜି ବିଶେଷ ଦର୍ଶନ ଥିବାରୁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଥିଲା । ଭକ୍ତ ମାନଙ୍କର ଭିଡକୁ ଦୃଷ୍ଟିରେ ରଖି ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ଖୋଲା ରହିବ ବୋଲି ଜଣାପଡିଛି । ତେବେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଓ ଟ୍ରାଫିକ ବ୍ୟବସ୍ଥା କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।

ଆଜି ହଜାର ହଜାର ସଂଖ୍ୟକ ଭକ୍ତ ଶ୍ରଦ୍ଧାଳୁ ମାନେ ବାବା ଲୋକନାଥଙ୍କୁ ଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି । ସେପଟେ ଆଉ ଗୋଟିଏ ଦିନ ପରେ ମହା ଶିବରାତ୍ରି ଅନୁଷ୍ଠିତ ହେବ ଏନେଇ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.