ଆଜିଠୁ ମିଳିଲା ବିଏସକେୱାଇ ନବୀନ କାର୍ଡ, ଉପକୃତ ହେବେ ରାଜ୍ୟର ୯୦ ପ୍ରତିଶତ ଲୋକ

ଆଜିଠୁ ମିଳିଲା ବିଏସକେୱାଇ ନବୀନ କାର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ଯାୟରେ ଖୋର୍ଦ୍ଧା ଓ ସମ୍ବଲପୁରର ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି ପରେ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏଥିରେ ରାଜ୍ୟର ୯୦ ପ୍ରତିଶତ ଲୋକ ଉପକୃତ ହେବେ ।

ଆଜିଠୁ ମିଳିଲା ବିଏସକେୱାଇ ନବୀନ କାର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ଯାୟରେ ଖୋର୍ଦ୍ଧା ଓ ସମ୍ବଲପୁରର ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି ପରେ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏଥିରେ ରାଜ୍ୟର ୯୦ ପ୍ରତିଶତ ଲୋକ ଉପକୃତ ହେବେ ।

ବିଏସକେୱାଇର ଏହି ତୃତୀୟ ପର୍ଯ୍ୟାୟରେ ଗ୍ରାମାଞ୍ଚଳ ଲୋକଙ୍କୁ ଜଟିଳ ରୋଗ ପାଇଁ ମିଳିବ ମାଗଣା ଚିକିତ୍ସା । ଜିଲ୍ଲାର ପ୍ରତି ବ୍ଲକସ୍ତରରେ ୧୦୦ଟି ଲେଖାଏଁ କାର୍ଡ ବଣ୍ଟାଯାଇଛି । ଏହି କାର୍ଡ ପାଇଁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୧ ହଜାର ୪୮୧ ହିତାଧିକାରୀ ଆବେଦନ କରିଛନ୍ତି । ସେମାନଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଏହି କାର୍ଡ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ଘରୋଇ ଚିକିତ୍ସାଳୟରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଛି ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ବିଧାୟକ ଜ୍ୟୋତ୍ରିନ୍ଦ୍ର ନାଥମିତ୍ର ଜିଲାପରିସଦ ସଭାପତି ରୂପଶ୍ରୀ ଗୁମାନସିଂ ଉପସ୍ଥିତ ଥିଲେ । ପ୍ରତିଟି ଜୀବନ ମୂଲ୍ୟବାନର ନାରା ନେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ନବୀନ କାର୍ଡ ଆଜି ସମ୍ବଲପୁର ଜିଲ୍ଲାରେ ମଧ୍ୟ ବିତରଣର ଶୁଭାରମ୍ଭ ହୋଇଛି । ଆଜି ଜିଲ୍ଲାର ସମସ୍ତ ୯ ଟି ବ୍ଳକ୍ ମାନଙ୍କରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ଭିଡିଓ କନଫରେନ୍ସ ମାଧ୍ୟମରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ 5T ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି ।

ଏହି କାର୍ଡରେ ସମସ୍ତେ କିଭଳି ଉପକୃତ ହୋଇପାରିବେ ସେନେଇ ସମସ୍ତଙ୍କୁ ସଚେତନ କରାଯାଇଥିଲା । ଯେଉଁ ମାନଙ୍କର ରାସନ କାର୍ଡ ନାହିଁ ସେମାନେ ମଧ୍ୟ ଏହି ନବୀନ କାର୍ଡରେ ସ୍ୱାସ୍ଥ୍ୟ ବୀମା ପାଇପାରିବେ ସେ ବିଷୟରେ ଆଲୋଚନା କରିଛନ୍ତି । ସଧାରଣ ଲୋକ ମାନେ ଏହି କାର୍ଡ ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.