ରାଜ୍ୟ

ଦ୍ରୁତ ଗତି ମହା ବିପତ୍ତି: ରାଜ୍ଯର ବିଭିନ୍ନ ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ବାଇକ୍ ଚାଳକ ମୃତ

ନବରଙ୍ଗପୁର/ମାର୍ଶାଘାଇ/କାମାକ୍ଷାନଗର: କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା। ନିମିଷକରେ କାହାର କଣ ହେବ ସେକଥା କହିବା ଅସମ୍ଭବ। ଦର୍ଶକବନ୍ଧୁ ପ୍ରତିଦିନ ଅନେକ ଦୁର୍ଘଟଣା ଆମ ଆଖପାଖରେ ଘଟୁଛି । ସଡକ ସୁରକ୍ଷା ଜୀବନ ରକ୍ଷା, ଦ୍ରୁତ ଗତି ମହା ବିପତ୍ତି ଭଳି ଅନେକ ବାର୍ତ୍ତା ମାଧ୍ଯମରେ ସଚେତନ ମଧ୍ଯ କରାଯାଉଛି। ହେଲେ କେଉଁଠି ନା କେଉଁଠି ଏହାକୁ ବେଖାତିର କରିବାରେ ଲାଗିଛନ୍ତି, ବିଶେଷ କରି ଯୁବପୀଢି ମାନେ। ଆଜି ଦିନକରେ ତିନି ତିନିଟି ଦୁର୍ଘଟଣା ଜନିତ ମୃତ୍ଯୁ ଖବର ଆସି ପହଁଚିଛି।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଲୁଣାବ୍ରିଜ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହିଙ୍କର ମୃତ୍ଯୁ ହୋଇଛି । ମୃତ ଯୁବକ ସ୍ଥାନୀୟ ତୁଳସୀପୁର ଗ୍ରାମର ନିହାର ରଞ୍ଜନ ସୂତାର । ନିହାର ପାରାଦୀପ ପଟୁ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଲୁଣାବ୍ରିଜ୍ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା । ତେବେ ଖବରପାଇ ଅଗ୍ନିଶ୍ରମ ବିଭାଗ ଓ ମାର୍ଶାଘାଇ ପୋଲିସ ପହଁଚି ତାଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ଖଟୁଆହତା ଗାଁ ଶବରସାହି ନିକଟରେ ଟାଟା ଏସି ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସଦର ଥାନା ବାର୍ଦ୍ଦା ସୁଧରିକାଟେଣୀ ଗାଁ ର ସଞ୍ଜୟ କୁମାର ନାୟକ । ସଞ୍ଜୟ ନିଜ ବାଇକ ଯୋଗେ ଘରକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟାଟା ଏସି ଗାଡି ତାଙ୍କୁ ସାମ୍ନା ସାମ୍ନି ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର ମୃତ୍ଯୁ ହୋଇଛି।

ଠିକ୍ ସେହିଭଳି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଜଟାବହାଲ ନିକଟରେ ଥିବା ପେଟ୍ରୋଲ ପମ୍ପ ଠାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଯାହାର ସମ୍ପୁର୍ଣ୍ଣ ଦୃଶ୍ୟ ପେଟ୍ରୋଲ ପମ୍ପ ନିକଟରେ ଲାଗିଥିବା ସିସିଟିଭି କ୍ଯାମେରାରେ କଏଦ ହୋଇଛି। ଏକ ଚାଉଳ ବୋଝେଇ ଟ୍ରକ ଯାଉଥିବା ସମୟରେ ପଛପଟୁ ଏକ ବାଇକ୍ ଆସି ଟ୍ରକଟିକୁ ଧକ୍କା ଦେଇଥିଲା । ଯାହାଫଳରେ  ଘଟଣାସ୍ଥଳରେ ଜଣଙ୍କର ମୃତ୍ଯୁ ହୋଇଥିଲା ।

ସୂଚନା ମୁତାବକ, ବାଇକରେ ଯାଉଥିବା ଦୁଇ ଜଣ ପିପାଲଗୁଡ଼ାର ସମ ଭତରା ଓ ନବୀନ ଭତରା । ଆଉ ମୃତକ ଜଣଙ୍କ ହେଉଛନ୍ତି ସମ ଭତରା । ଅନ୍ଯପଟେ ପଛ ପଟେ ବସିଥିବା ନବୀନ ଏବେ ଗୁରୁତର ଆହତ ହୋଇ ପାପଡାହାଣ୍ଡି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କୌଣସି କାମରେ ଯାଇ ନିଜ ଘର ପିପାଲଗୁଡ଼ାକୁ ଫେରୁଥିବା ସମୟରେ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା। ସବୁଠାରୁ ବଡ କଥା ଉଭୟଙ୍କ ମୁଣ୍ଡରେ ହେଲମେଟ୍ ନଥିଲା । ହୁଏତ ହେଲମଟ୍ ପିନ୍ଧିଥିଲେ ସମଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇପାରିଥାନ୍ତା । ଯାହା ସିସିଟିଭିରେ କଏଦ ହୋଇଥିବା ଭିଜୁଆଲ୍ ଦେଖିଲେ ବାରିହୋଇ ପଡୁଛି।

 

Sonalisa

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

8 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

16 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

32 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago