ଗଞ୍ଜାମ(କେନ୍ୟୁଜ୍): ମାଆ ମରିଗଲେ ମାସକ ପରେ ବାପା ମରିଗଲେ । ଆମେ କିପରି ଚଳିବୁ ? ଏମିତି କୋହ ଭରା କଣ୍ଠରେ ନିଜର ଦୁଃଖକୁ ପ୍ରକାଶ କରିଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ଭୋଗିବନ୍ଧ ଗାଁର ଦେବକୀ ନାୟକ । କାଜୁ ଜଙ୍ଗଲର ପରିବେଶ ମଧ୍ୟରେ ଚାଳ ଛପର ଘର ରହୁଛନ୍ତି ଦେବକୀ ନାୟକଙ୍କ ସହ ଦୁଇ ଭାଇ ଭଉଣୀ। ସମସ୍ତେ ବାପା ମା ଛେଉଣ୍ଡ। ଏହି ତିନି ଜଣ ଶିଶୁ ହେଲେ ଦେବକୀ, ବର୍ଷା ରାଣୀ ଓ କିରଣ। ଏମାନେ ଦୁନିଆର ହସ ଖୁସି ଜାଣିବା ପୂର୍ବରୁ ଆଖିରେ ଆଖିଏ ଲୁହ ନେଇ ରହୁଛନ୍ତି। ଏମାନଙ୍କ ବାପା କୁଷନ ନାୟକ ଓ ମାଆ ବାଳାବତୀଙ୍କ ମୃତ୍ୟୁ ପରେ ଏମାନେ ହୋଇଯାଇଛନ୍ତି ଅନାଥ ।
ଭୋଗିବନ୍ଧ ଗାଁର କୁଷନ ନାୟକଙ୍କ ପାଞ୍ଚଟି ଝିଅ ଓ ଗୋଟିଏ ପୁଅରେ ସୁଖ ଦୁଃଖର ସଂସାର ଗଢିଉଠୁଥିଲେ। ପାଞ୍ଚଟି ଝିଅ ମଧ୍ୟରୁ ତିନି ଝିଅ ବିବାହ କରିସାରିଛନ୍ତି । ତେବେ ଅଗଷ୍ଟ ୧୨ ତାରିଖରେ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା, ଏହା ପରେ ହଠାତ୍ ସେପ୍ଟେମ୍ବର ୨୦ ତାରିଖରେ ବାପାଙ୍କ ଅକାଳ ମୃତ୍ୟୁ ଘଟିଲା ।ଏହାରି ମଧ୍ୟରେ ପନ୍ଦର ଦିନ ବିତିଯାଇଛି ଶୁଦ୍ଧ ବି କ୍ରିୟା ସରିଛି ।କିନ୍ତୁ ଏବେ ତିନି ଜଣ ଶିଶୁ କିପରି ରହିବେ ଚିନ୍ତା ଘାରିଛି । କୁଷନ ନାୟକଙ୍କ ଗାଁରେ ଘର ଥିଲା, କିନ୍ତୁ ତିତିଲି ଝଡ ଘରକୁ ଭାଙ୍ଗିଦେଇଗଲା । ଏହା ପରେ ନିଜ କାଜୁ ଜଙ୍ଗଲରେ କୁଡିଆ ଘର କରି ରହୁଥିଲେ ।ହଠାତ୍ ବାପା ମା ଚାଲିଗଲା ପରେ ଏମିତି ଦୁଃଖ ଯେ ଏମାନଙ୍କ ଜୀବନରେ ଆସିବ କେହି ମଧ୍ୟ କଳ୍ପନା କରିନଥିଲେ । ଏହି ତିନିଟି ସନ୍ତାନକୁ ସହାୟତା ଯୋଗାଇ ଦେଲେ ଏମାନଙ୍କ ଭବିଷ୍ୟତ ଉଜ୍ଜଳ ହୋଇପାରନ୍ତା ବୋଲି ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ।
ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…
ବାଲେଶ୍ୱର (କେନ୍ୟୁଜ୍): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…
ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…
କେନ୍ୟୁଜ୍: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…
ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…
କେନ୍ୟୁଜ୍: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…