କେନ୍ୟୁଜ(ବ୍ୟୁରୋ): ରାଜ୍ୟର ୪ ଜିଲ୍ଲାର କାଳବୈଶାଖୀ ସମ୍ଭାବନ । ଆଜି ସନ୍ଧ୍ୟା ୬.୧୬ ରୁ ୬.୧୯ ମଧ୍ୟରେ ଘଡଘଡି ସହ ବଜ୍ରପାତ ଓ ବର୍ଷାର ଆକଳନ କରିଛି ଭବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲା ମାନଙ୍କରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ସେ ସବୁ ଜିଲ୍ଳା ଗୁଡିକ ହେଲା ମୟୁରଭଞ୍ଜ,ବାଲେଶ୍ୱର,ବଲାଙ୍ଗିରି ଓ ନୂଆପଡା। ଏହାସହିତ ୧୨ ଜିଲ୍ଲାରେ ବଜ୍ରପାତ ଓ ଘଡଘଡି ସହ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡିକହେଲା କୋରାପୁଟ, ରାୟଗଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ସୋନପୁର, ବୌଦ୍ଧ, ଖୋର୍ଦ୍ଧା,ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ନୟାଗଡ଼। ଏହିସବୁ ଜିଲ୍ଲାର ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ ରହିବ ବୋଲି ଅନୁମାନ କରିଛି ଅଞ୍ଚଳିକ ପାଣିପାଗ ବିଭାଗ। ଏଥିସହିତ ଏହି ସବୁ ଜିଲ୍ଲା ଗୁଡିକୁ ୩ ନମ୍ବର ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।
ଆଜି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି, ରାଇରଙ୍ଗପୁର ଏବଂ କଳାହାଣ୍ଡିର ଭବାନୀପାଟଣା ଠାରେ ବର୍ଷା ହୋଇଥିବାର ସୂଚନା ମିଳିଛି । ତେବେ ଆଜି ମଧ୍ୟ ସୋନପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ଼ କରାଯାଇଛି । ଗତକାଲି ଭଳି ଆଜି ବି ଏଠାରେ ତାପମାତ୍ରା ଥିଲା ୪୨.୨ ଡିଗ୍ରୀ ସେଲସିୟସ୍ ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…