ସନ୍ଧ୍ୟାରେ କାଳବୈଶାଖୀ : ବଜ୍ରପାତ ସହ ବର୍ଷା ହେବ ଓଡିଶାର ଏହି ସବୁ ଜିଲ୍ଲାରେ, ୩ ନମ୍ବର ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

କେନ୍ୟୁଜ(ବ୍ୟୁରୋ): ରାଜ୍ୟର ୪ ଜିଲ୍ଲାର କାଳବୈଶାଖୀ ସମ୍ଭାବନ । ଆଜି ସନ୍ଧ୍ୟା ୬.୧୬ ରୁ ୬.୧୯ ମଧ୍ୟରେ ଘଡଘଡି ସହ ବଜ୍ରପାତ ଓ ବର୍ଷାର ଆକଳନ କରିଛି ଭବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲା ମାନଙ୍କରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ସେ ସବୁ ଜିଲ୍ଳା ଗୁଡିକ ହେଲା ମୟୁରଭଞ୍ଜ,ବାଲେଶ୍ୱର,ବଲାଙ୍ଗିରି ଓ ନୂଆପଡା। ଏହାସହିତ ୧୨ ଜିଲ୍ଲାରେ ବଜ୍ରପାତ ଓ ଘଡଘଡି ସହ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡିକହେଲା କୋରାପୁଟ, ରାୟଗଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ସୋନପୁର, ବୌଦ୍ଧ, ଖୋର୍ଦ୍ଧା,ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ନୟାଗଡ଼। ଏହିସବୁ ଜିଲ୍ଲାର ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ ରହିବ ବୋଲି ଅନୁମାନ କରିଛି ଅଞ୍ଚଳିକ ପାଣିପାଗ ବିଭାଗ। ଏଥିସହିତ ଏହି ସବୁ ଜିଲ୍ଲା ଗୁଡିକୁ ୩ ନମ୍ବର ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।

ଆଜି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି, ରାଇରଙ୍ଗପୁର ଏବଂ କଳାହାଣ୍ଡିର ଭବାନୀପାଟଣା ଠାରେ ବର୍ଷା ହୋଇଥିବାର ସୂଚନା ମିଳିଛି । ତେବେ ଆଜି ମଧ୍ୟ ସୋନପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ଼ କରାଯାଇଛି । ଗତକାଲି ଭଳି ଆଜି ବି ଏଠାରେ ତାପମାତ୍ରା ଥିଲା ୪୨.୨ ଡିଗ୍ରୀ ସେଲସିୟସ୍‌ ।

Leave A Reply

Your email address will not be published.