Below header

କରୋନା ଭାଇରସ୍‌ରେ ଲୁଧିଆନା ଏସିପିଙ୍କ ମୃତ୍ୟୁ, ପ୍ଲାଜ୍‌ମା ଥେରାପି ପାଇଁ ଚାଲିଥିଲା ପ୍ରସ୍ତୁତି

ପଞ୍ଜାବ ଲୁଧିଆନାର ଏସିପି ଅନିଲ୍‌ କୋହଲୀଙ୍କର କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଶନିବାର ମୃତ୍ୟୁ ହୋଇଯାଇଛି । ଏସ୍‌ପିଏସ୍‌ ହସ୍‌ପିଟାଲରେ ଏସିପିଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା ।

ଏସିପିଙ୍କ ମୃତ୍ୟୁ ପରେ ପଞ୍ଜାବରେ କରୋନା ଭାଇରସ୍‌ରେ ମୃତକଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୨୧୬ରେ ପହଞ୍ଚିଛି । ଗତ ୩ ଦିନରେ ପଞ୍ଜାବରେ ୩ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଏସିପି ଲୁଧିଆନାର ଏସ୍‌ପିଏସ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ । ଏସିପି ଅନିଲ୍‌ କୋହଲୀଙ୍କର ପ୍ଲାଜ୍‌ମା ଥେରାପି ଦ୍ୱାରା ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉଥିଲା । ଏସିପିଙ୍କ ଚକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ଲାଜ୍‌ମା ଦାତାଙ୍କ ପ୍ଳାଜ୍‌ମା ସହ ତାଳମେଳ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଏସିପି ଅନୀଲ୍‌ କୋହଲୀଙ୍କ ମୃତ୍ୟୁ ପରେ ତାଙ୍କ ସହ ସମ୍ପର୍କିତ ତାଙ୍କର ପତ୍ନୀ,ଡ୍ରାଇଭର ଓ ତାଙ୍କ ସହ ସମ୍ପର୍କରେ ଥିବା ଜଣେ ସବ୍‌ ଇନିସ୍ପେକ୍ଟରଙ୍କର ମଧ୍ୟ କୋଭିଡ ୧୯ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.