ପ୍ରଶଂସକଙ୍କୁ ନିରାଶ କଲେ ପରୀ, କହିଲେ ‘ମୋତେ କିଛି ସମୟ ଦରକାର’

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ଦେଖାଯାଉଛି। ହେଲେ ବଲିଉଡ୍ ନାୟିକା ପରିଣୀତି ଚୋପ୍ରା ଏବେ ସୋସିଆଲ ମିଡିଆ ଛାଡିଥିବା ସମସ୍ତଙ୍କୁ ଟିକେ ଅଲଗା ଲାଗିଛି। ପରିଣୀତି ନିଜ ପାଇଁ ସୋସିଆଲ ମିଡିଆରୁ କିଛିଦିନ ବିରତି ନେଇଥିବା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିବା ଦେଖାଯାଇଛି। ତେବେ ସମ୍ପୂର୍ଣ୍ଣ ରୂପେ ନୁହେଁ ସେ କିଛି ସମୟ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହିବେ ବୋଲି ଲେଖିଛନ୍ତି।

ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଖୁବଶୀଘ୍ର ସେ ତାଙ୍କ ପ୍ରଶଂସକଙ୍କୁ ଭେଟିବେ। ନିକଟରେ ସେ ବୋହୂ ବେଶରେ ସଜେଇ ହୋଇ ସୋସିଆଲ ମିଡିଆରେ ଯେଉଁ ଫଟୋ ଅପଲୋଡ କରିଥିଲେ ତାକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ। ଆଉ ଏବେ ସେ ସୋସିଆଲ ମିଡିଆ କିଛି ସମୟ ପାଇଁ ଛାଡିବା ଘଟଣା ତାଙ୍କ ପ୍ରଶଂସକଙ୍କୁ ସାମାନ୍ୟ ନିରାଶ କରିଛି ବୋଲି କୁହାଯାଉଛି। ଏହି ଅଭିନେତ୍ରୀ ଖୁବଶୀଘ୍ର ଦିବାକର ବାନାର୍ଜୀଙ୍କ ଫିଲ୍ମ ‘ସନ୍ଦିପ ଔର ପିଙ୍କି ଫରାର’ରେ ନଜର ଆସିବେ ବୋଲି ଜଣାପଡିଛି। ଏଥିରେ ତାଙ୍କସହ ଅର୍ଜୁନ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.