ନା ଥିଲା କୌଣସି ହୋମ ଯଜ୍ଞ ନା ଥିଲେ କୌଣସି ପଣ୍ଡିତ, ଲକ ଡାଉନ ସମୟରେ ଏପରି ବିବାହ ବନ୍ଧନରେ ଏପରି ବାନ୍ଧିହେଲେ ବର କନ୍ୟା

କରୋନା ଭାଇରସ କାରଣରୁ ପୁରା ଦେଶରେ ଏବେ ଲକ ଡାଉନ ପରିସ୍ଥିତି ଜାରି ହୋଇଛି । ଦେଶରେ ସମସ୍ତ ଯାତାୟାତ, ଗମନାଗମନ, ବଜାର, ବ୍ୟବସାୟ ଆଦି ଠପ ହୋଇଯାଇଛି । ସରକାର ଲୋକଙ୍କୁ ଘରୁ ନବାହରିବା ପାଇଁ ବାରମ୍ବାର ପରାମର୍ଶ ଦେଉଛନ୍ତି । ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷା ପାଇଁ ଲୋକଙ୍କୁ ସତର୍କ କରାଯାଉଛି । ଏପରି ଏକ ସମୟରେ ବିବାହ, ବ୍ରତ, ଆଦି କଥା ଭାବିବା ବି ଏକ ପ୍ରକାର ଭୁଲ | କିନ୍ତୁ ଏଭିତରେ ଉତ୍ତରପ୍ରଦେଶ ରାଜ୍ୟର ମୁଜାଫର ନଗର ଠାରେ ଘଟିଯାଇଥିବା ଏକ ନିଆରା ଘଟଣା ସାମ୍ନାକୁ ଆସିଛି ।

ଏହିଠାରେ ଜଣେ ଯୁବକ ବିଲକୁଲ ନିଆରା ଢଙ୍ଗରେ ବିବାହ କରିଛନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟ ହେଉଛି ଏହି ବିବାହରେ ନା କୌଣସି ପଣ୍ଡିତ ଉପସ୍ଥିତ ଥିଲେ ନା କୌଣସି ବିବାହ ପାଇଁ କୌଣସି ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ବର, କନ୍ୟା ରାସ୍ତାରେ ଥିବା ଏକ ଖୁଣ୍ଟ ଚାରିପାଖରେ ସାତ ଫେରା ନେଇଥିଲେ । କୌଣସି ମନ୍ତ୍ର ପାଠ କରାଯାଇନଥିଲା କି କେହି ବନ୍ଧୁ ବାନ୍ଧବ ବି ଉପସ୍ଥିତ ନଥିଲେ । ଏବେ ଏହି ବିବାହର ଚର୍ଚ୍ଚ ପୁରା ସହରରେ ଚାଲିଛି ।

ସୂଚନା ଦେବା ଯୋଗ୍ୟକି, ବିବାହପାଇଁ ବର ଦିଲ୍ଲୀ ରୁ ମୁଜାଫର ନଗରକୁ ଆସିଥିଲେ ।ସେ ଆନନ୍ଦପୁର ଅଞ୍ଚଳର ଜଣେ କନ୍ୟା ସହ ନିରାଡ଼ମ୍ବର ଭାବେ ବିନା କୌଣସି ପଣ୍ଡିତ ଓ ବେଦି ରେ ବିଭାହ ବନ୍ଧନରେ ବନ୍ଧା ହୋଇଥିଲେ । ବିବାହ ପରେ ଦୁହିଁଙ୍କୁ ସମ୍ପୂର୍ଣ ରୂପେ ସାନିଟାଇଜ ହେବାକୁ ପଡିଥିଲା | ଏହା ପରେ ଏଦୁହେଁ ଦିଲ୍ଲୀ ଫେରିଯାଇଥିଲେ ।

Leave A Reply

Your email address will not be published.