କିଏ ହେବେ ବିଜେଡି ପ୍ରାର୍ଥୀ ? ସୋସିଆଲ ମିଡିଆରେ ଭାଇରାଲ ବିଜେଡି ବିଧାୟକଙ୍କ ଟିକେଟ୍‌ କଟିବା ତାଲିକା

ଭୁବନେଶ୍ବର : କିଏ ହେବେ ବିଜେଡି ପ୍ରାର୍ଥୀ ? କାହାକୁ ମିଳିବ ଟିକେଟ୍‌, ଆଉ କାହାର କଟିବ । ଏନେଇ ଦଳ ପକ୍ଷରୁ ଚୂଡାନ୍ତ କରାଯାଇନାହିଁ । ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଲାଣି ବିଜେଡି ବିଧାୟକଙ୍କ ଟିକେଟ୍‌ କଟିବା ତାଲିକା । କେଉଁ ନିର୍ବାଚନଣ୍ଡଳୀରୁ କାହାର ଟିକେଟ୍‌ କଟୁଛି, ତାହାର ତାଲିକା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହାକୁ ନେଇ ଏବେ ବିଜେଡି ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କିନ୍ତୁ ଦଳ ସଫା ସଫା କହିଛି, ଅଡିଓ ଭାଇରାଲ ପଛରେ ରହିଛି ଷଡ଼ୟନ୍ତ୍ର । ବିଜେପି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ଦଳ । ବିଧାୟକ ଅରୁଣ ସାହୁ କହିଛନ୍ତି, ଏହା ଡାର୍ଟି ଟ୍ରିକ୍‌ ।

ଭାରଇାଲ ଅଡିଓରେ ଟିକେଟ୍‌ କଟିଥିବା କିଛି ବିଧାୟକ ମଧ୍ୟ ସେମାନଙ୍କ ମତ ରଖିଛନ୍ତି । କହିଛନ୍ତି, କାହାକୁ ଟିକେଟ୍‌ ମିଳିବ ନମିଳିବ ତାହା ଦଳ ସୁପ୍ରିମୋଙ୍କ ଉପରେ ନିର୍ଭର କରେ । ସେପଟେ ବିଜେଡିର ଅଭିଯୋଗ ଉପରେ ଜବାବ ରଖିଛି ବିଜେପି ।

କେବଳ ବିଜେଡିର ଟିକେଟ୍‌ କଟିବା ବିଧାୟକଙ୍କ ତାଲିକା ସୋସିଆଲ ମିଡିଆରେ ଘୂରି ବୁଲୁଛି ତାହା ନୁହେଁ, କିଏ କେଉଁ ଆସନରୁ କଂଗ୍ରେସ ପ୍ରାର୍ଥୀ ହେବ, ତାହାର ତାଲିକା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

KNews Bureau

Recent Posts

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଉଗ୍ରବାଦୀଙ୍କ ଗୁଳିମାଡ଼, ୨ ଯବାନ ଆହତ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରକୁ ଗୁଳିମାଡ଼ । ସନ୍ଦିଗ୍ଧ ଉଗ୍ରବାଦୀମାନେ ଏହି ଗୁଳିମାଡ଼ କରିଥିବା…

11 mins ago

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର । ଜଣେ ଅଭିଜ୍ଞ, ବରିଷ୍ଠ ସାଂସଦ ହେଉଛନ୍ତି କଟକ ସାଂସଦ…

18 mins ago

ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ : ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ; ସ୍ଥିତି ଉପରେ ଲଗାତାର ନଜର

ଜମ୍ମୁ କଶ୍ମୀର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା…

24 mins ago

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର, ବରଯାତ୍ରୀ ମାତା ପାର୍ବତୀଙ୍କ ପିତ୍ରାଳୟ ଅଭିମୁଖେ ଗମନ କରିବେ

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର  l ଆଜି ମଧ୍ୟ ରାତ୍ରରେ ଦେବ ଦେବ ମହାଦେବଙ୍କ ବରଯାତ୍ରୀ…

44 mins ago

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ନିଷ୍ପତ୍ତି, ଚାଷୀଙ୍କ ପାଇଁ ଜାରି କଲେ ୨୦,୦୦୦ କୋଟି ଟଙ୍କା

ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପିଏମ୍‌ ନରେନ୍ଦ୍ର ମୋଦି ନିଜର ପ୍ରଥମ ନିଷ୍ପତ୍ତି…

60 mins ago

ଟି୨୦ ବିଶ୍ୱକପ ୨୦୨୪ : ପାକିସ୍ତାନ ହାରିବା ପରେ ମଇଦାନରେ କାନ୍ଦି ପକାଇଲେ ନସିମ, ରୋହିତ ଦେଲେ ସାନ୍ତ୍ୱନା

ଟି୨୦ ବିଶ୍ୱକପରେ ବିରାଟ କୋହଲଙ୍କୁ ନିଜ ପ୍ରଥମ ଓଭରରେ ଆଉଟ କରିବା ଦୁନିଆର ସମସ୍ତ ବୋଲରଙ୍କ ପାଇଁ ସ୍ୱପ୍ନ ।…

1 hour ago