କିଏ ହେବେ ବିଜେଡି ପ୍ରାର୍ଥୀ ? ସୋସିଆଲ ମିଡିଆରେ ଭାଇରାଲ ବିଜେଡି ବିଧାୟକଙ୍କ ଟିକେଟ୍ କଟିବା ତାଲିକା

ଭୁବନେଶ୍ବର : କିଏ ହେବେ ବିଜେଡି ପ୍ରାର୍ଥୀ ? କାହାକୁ ମିଳିବ ଟିକେଟ୍, ଆଉ କାହାର କଟିବ । ଏନେଇ ଦଳ ପକ୍ଷରୁ ଚୂଡାନ୍ତ କରାଯାଇନାହିଁ । ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଲାଣି ବିଜେଡି ବିଧାୟକଙ୍କ ଟିକେଟ୍ କଟିବା ତାଲିକା । କେଉଁ ନିର୍ବାଚନଣ୍ଡଳୀରୁ କାହାର ଟିକେଟ୍ କଟୁଛି, ତାହାର ତାଲିକା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହାକୁ ନେଇ ଏବେ ବିଜେଡି ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କିନ୍ତୁ ଦଳ ସଫା ସଫା କହିଛି, ଅଡିଓ ଭାଇରାଲ ପଛରେ ରହିଛି ଷଡ଼ୟନ୍ତ୍ର । ବିଜେପି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ଦଳ । ବିଧାୟକ ଅରୁଣ ସାହୁ କହିଛନ୍ତି, ଏହା ଡାର୍ଟି ଟ୍ରିକ୍ ।
ଭାରଇାଲ ଅଡିଓରେ ଟିକେଟ୍ କଟିଥିବା କିଛି ବିଧାୟକ ମଧ୍ୟ ସେମାନଙ୍କ ମତ ରଖିଛନ୍ତି । କହିଛନ୍ତି, କାହାକୁ ଟିକେଟ୍ ମିଳିବ ନମିଳିବ ତାହା ଦଳ ସୁପ୍ରିମୋଙ୍କ ଉପରେ ନିର୍ଭର କରେ । ସେପଟେ ବିଜେଡିର ଅଭିଯୋଗ ଉପରେ ଜବାବ ରଖିଛି ବିଜେପି ।
କେବଳ ବିଜେଡିର ଟିକେଟ୍ କଟିବା ବିଧାୟକଙ୍କ ତାଲିକା ସୋସିଆଲ ମିଡିଆରେ ଘୂରି ବୁଲୁଛି ତାହା ନୁହେଁ, କିଏ କେଉଁ ଆସନରୁ କଂଗ୍ରେସ ପ୍ରାର୍ଥୀ ହେବ, ତାହାର ତାଲିକା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।