ରାଜ୍ୟ

ମୟୁରଭଞ୍ଜ: ଖଇରୀ ନିବାସ ପରିସରରେ ବିଶ୍ଵ ବ୍ୟାଘ୍ର ଦିବସ ପାଳିତ

କରଞ୍ଜିଆ(କେନ୍ୟୁଜ୍): ବିଶ୍ଵ ପ୍ରସିଦ୍ଧ  ମହାବଳ ବାଘ  ଖଇରୀ  ନିବାସ ସ୍ଥାନ ଯଶିପୁରର ଧୋବାଡିହା ସ୍ଥିତ ଖଇରୀ ନିବାସ ପରିସରରେ  ବିଶ୍ଵ ବ୍ୟାଘ୍ର ଦିବସ ପାଳିତ ହୋଇଛି l ଯଶିପୁରର ମାଟିଆଗଡ଼ ଠାରେ ଥିବା ଶିମିଳିପାଳ ଉତ୍ତରାଞ୍ଚଳ ବନ୍ୟପ୍ରାଣୀ ଡିଭିଜନ ଓ  ଶିମିଳିପାଳ ଇକୋ ଟୁରିଜିମ୍ ରେଞ୍ଜର ମିଳିତ ଆନୁକୁଲ୍ୟରେ ଏହା ଆୟୋଜିତ ହୋଇଥିଲା । କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଶିମିଳିପାଳ  ଡିଭିଜନର ଉପ ନିର୍ଦ୍ଦେଶକ ସାଇ କିରଣ ଡି. ଏନ୍. ଓ ସମ୍ମାନିତ ଅତିଥି ଭାବେ ଏ ସି ଏଫ୍ ପ୍ରଦୀପ କୁମାର ଦେ, ରେଞ୍ଜ ଅଧିକାରୀ ସୀତା ମାଝୀ ଯୋଗ ଦେଇଥିଲେ l  ବାଘୁଣୀ ଖଇରୀର ସମାଧି ସ୍ଥଳରେ  ବିଭିନ୍ନ ରେଞ୍ଜର ବହୁ ବନ କର୍ମଚାରୀ  ଏକତ୍ରୀତ ହୋଇ ଥିଲେ l

 ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଖଇରୀର ସମାଧିରେ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l  ଖଇରୀ ବାଘୁଣୀର ସ୍ମୃତି ଚାରଣ କରି ଅତିଥିମାନେ ବିଶ୍ଵ ବନ୍ୟପ୍ରାଣୀ ଇତିହାସରେ ଏକ ମାଇଲ୍ ଖୁଣ୍ଟ ସ୍ଥାପନ କରି ଖଇରୀ ଶିମିଳିପାଳକୁ ବିଶ୍ଵ ପ୍ରସିଦ୍ଧ କରି କିମ୍ବଦନ୍ତୀ ପାଲଟି ଯାଇଛି ବୋଲି ଉଲ୍ଲେଖ କରିଥିଲେ l ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଏହି ଜୈବ ମଣ୍ଡଳ ଆଗାମୀ ଦିନରେ ଆହୁରି ବ୍ୟାପକ ପଦକ୍ଷେପ  ନେଇ କାର୍ଯ୍ୟ କରିବ ବୋଲି ଦର୍ଶାଇଥିଲେ l ବ୍ୟାଘ୍ର ଦିବସ ପାଳନ ଅବସରରେ ପୂର୍ବରୁ ଅୟୋଜିତ ହୋଇ ଥିବା ଅନଲାଇନ କୁଇଜ ଏବଂ ବନ୍ୟ ପ୍ରାଣୀ ଫଟୋଗ୍ରାଫି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଅନ୍ୟାନ୍ୟ ପୁରସ୍କାର ସହ ସମ୍ବର୍ଦ୍ଧିତ କରାଯାଇଥିଲା l

ହାଇସ୍କୁଲ ଛାତ୍ର ଶିଖର ହାଂସଦା, ସାଇ ସିଦ୍ଧି ମହାନ୍ତ, ପ୍ରସନ୍ନ ଜିତ୍ ମହାନ୍ତ ଓ କରିନା ସଏ ପ୍ରମୂଖ ଶ୍ରେଷ୍ଠ ସ୍ଥାନ ଅଧିକାର କରି ସେମାନଙ୍କ ପରିବାର ସହିତ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେl ଏଥି ସହିତ  ଖଇରୀର ଜୀବଦଶା  ମଧ୍ୟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିବା କର୍ମଚାରୀ ଟଙ୍କଧର ମହାନ୍ତଙ୍କୁ ଏହି ଅବସରରେ ଉତ୍ତରୀୟ ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ବନପାଳ ଅର୍ଜୁନ ମହାକୁଡ ଓ ଅନ୍ୟ ବିଭାଗୀୟ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

KNews Bureau

Recent Posts

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

7 mins ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

21 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

8 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

11 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago