ରାଜ୍ୟ

ନବରଙ୍ଗପୁର ପୁଟଘର ଗାଁରେ ପୁଣି ବାଘ ଆତଙ୍କ: ବନ ବିଭାଗ ପହଁଚି ଜଙ୍ଗଲର ଦୁଇଟି ସ୍ଥାନରେ କ୍ଯାମେରା ଲଗାଇବା ସହିତ ପାଦଚିହ୍ନକୁ ପରୀକ୍ଷା ପାଇଁ ପଠାଇଛି

ନବରଙ୍ଗପୁର: ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ଦୁଇ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରିବା ପରେ ଆସେ ନବରଙ୍ଗପୁର ଜିଲ୍ଲାର  ପୁଟ ଘର ଗାଁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପୁଟଘର ଗାଁ ଲୋକ ନିରାଡ଼ମ୍ବର ଭାବେ ସୁଖ,ଶାନ୍ତି ଓ ଖୁସିରେ ଜୀବନ ଜିଉଁ ଥିବା ବେଳେ ଜଙ୍ଗଲ ମଧ୍ୟରେ ବାଘର ଉପସ୍ଥିତି ପୁଟଘର ଗ୍ରାମବାସୀଙ୍କ ସୁଖ ଓ ଶାନ୍ତି ଛଡେଇ ନେଇଛି।

ପୁଟଘର ଗାଁର ବୃନ୍ଦାବନ ଗୌଡ଼ ମେଣ୍ଢା ଓ ଛେଳି ପଲୋକୁ ଚରାଇବା ପାଇଁ ଜଙ୍ଗଲ ମଧ୍ୟକୁ ନେଇକି ଯାଇଥିବା ବେଳେ,ମେଣ୍ଢା ଓ ଛେଳି ପଲ ଉପରକୁ ଏକ କଲରା ପତରିଆ ବାଘ ଆକ୍ରମଣ କରିଥିଲା । ବାଘ ଆକ୍ରମଣ କରି ଗୋଟିଏ ଛେଳିକୁ ମାରିଦେଇ ଛାଡି ଚାଲିଯାଇଥିବା ବେଳେ, ଅନ୍ୟ ଏକ ଛେଳିକୁ ଜଙ୍ଗଲ ମଧ୍ୟକୁ ନେଇ ପୁରାପୁରି ଖାଇଯାଇଛି। ଏଥି ପୂର୍ବରୁ ଦୁଇଟି ଛେଳିକୁ ବାଘ ଖାଇଯାଇଥିବା ବେଳେ,ଏକ ମାସ ପୂର୍ବରୁ ଗୋଟିଏ ଗାଈକୁ ବାଘ ଖାଇଯାଇଥିଲା ଓ ତିନୋଟି ଗାଈ ବାଘର ଆକ୍ରମଣରେ ଗୁରୁତର ଅବସ୍ଥାରେ ଘରକୁ ଫେରିଥିଲେ। ଏହାପରେ ମଧ୍ଯ ଦୁଇଟି ଛେଳି ବାଘର ଶିକାର ହୋଇଥିଲେ।

ତେବେ ପୁଣି ଏବେ ଦୁଇଟି ଛେଳିକୁ ବାଘ ଆକ୍ରମଣ କରିଛି। ପୂର୍ବରୁ ଗାଈ ଓ ଛେଳି ଗୁଡିକ ଉପରକୁ ହୋଇଥିବା ଆକ୍ରମଣ ବାଘ କରିଛି ନା ଅନ୍ୟ କୌଣସି ଜଙ୍ଗଲୀ ଜନ୍ତୁ କରିଛି ଏହା ଗ୍ରାମବାସୀ ମାନେ ସ୍ପଷ୍ଟ ହୋଇନଥିଲେ କିନ୍ତୁ ବାଘ ହିଁ ତାଙ୍କ ଗୃହ ପାଳିତ ପଶୁ ମାନଙ୍କୁ ଶିକାର କରୁଥିବା ସନ୍ଦେହ କରୁଥିଲେ କିନ୍ତୁ ଏବେ ଛେଳି ଚରୁଆଳ ବୃନ୍ଦାବନ ଗୌଡ଼ଙ୍କ ଆଖି ସାମ୍ନାରେ ଦୁଇଟି ଛେଳିକୁ କଲରା ପତରିଆ ବାଘ ଶିକାର କରିବା ପରେ ଗ୍ରାମବାସୀଙ୍କ ସନ୍ଦେହ ଦୂର ହୋଇଛି।

ଏନେଇ ଜାଣିବା ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି। ନିଜର ଛୋଟ ଛୋଟ ପିଲା ମାନଙ୍କର ଜୀବନ ବିପଦରେ ରହିଥିବା ନେଇ ବନ ବିଭାଗ ଅଧିକାରୀ ମାନଙ୍କ ନିକଟରେ କାକୁତି ମିନତୀ ହୋଇ ବାଘକୁ ଏହି ଅଞ୍ଚଳରୁ ଧରିନେଇଯିବାକୁ ଗୁହାରି କରିଛନ୍ତି।
ପୁଣି ଦୁଇଟି ଛେଳିକୁ ବାଘ ଶିକାର କରିଥିବା ଖବର ପାଇବା ପରେ ବନବିଭାଗ କର୍ମଚାରୀ ମାନେ ପୁଟଘର ଗାଁକୁ ଯାଇ ତଦନ୍ତ କରିଥିଲେ। ବନ୍ୟଜନ୍ତୁଟି ବାଘ ନା ଅନ୍ୟ କୌଣସି ଜନ୍ତୁ ଏବଂ ତାର ଗତିବିଧିକୁ ଜାଣିବା ପାଇଁ ଉଦ୍ଧାରକାରୀ ଦଳ ଦୁଇଟି ସ୍ଥାନରେ ଭିଡ଼ିଓ କେମେରା ଖଞ୍ଜିଛନ୍ତି। ବନ ବିଭାଗ କର୍ମଚାରୀ ମାନେ ଜମିରେ ଦେଖା ଯାଉଥିବା ବାଘର ପାଦଚିହ୍ନକୁ ପରୀକ୍ଷା ପାଇଁ ପଠାଛନ୍ତି । ଏହାସହ ବାଘ ଆକ୍ରମଣରେ ମୃତ୍ୟୁ ହୋଇଥିବା ଛେଳିକୁ ବ୍ୟବଛେଦ କରିବା ପରେ ପୋତି ଦିଆଯାଇଛି।

Sonalisa

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

35 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

37 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

44 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

53 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

53 mins ago