ରାଜ୍ୟ

ସାବଧାନ୍ ! ରାତି ଅଧରେ ଗାଁ ଭିତରେ ବୁଲିଛି ବାଘ, ଲୋକଙ୍କ ଭିତରେ କୋକୁଆ ଭୟ

ମୋହନା(କେନ୍ୟୁଜ): ବୁଲୁଛି ବାଘ ! ଯିଏ ବି ଏକଥା ଶୁଣିବ ଚମକିପଡିବ । ଠିକ୍ ଏମିତି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ଯୋଡିପଥର ଗାଁରେ । ଏବେ ଏହି ଗାଁରେ ଖେଳିଛି ବାଘ ଆତଙ୍କ । ବାଘ ବୁଲୁଥିବାର ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏ ଘଟଣା ଜଣାପଡ଼ିବା ପରେ ଗାଁ ଲୋକେ ଓ ଆଖ ପାଖ ଅଞ୍ଚଳବାସୀ ଏବେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଏହା ପୂର୍ବରୁ ଅଞ୍ଚଳରେ କୌଣସି ବାଘଥିବା ଦୃଷ୍ଟିକୁ ଆସିନଥିବା ବେଳେ ଏବେ ଅଧରାତିରେ ଗାଁକୁ ଆସିଥିବା ବାଘ ଲୋକଙ୍କୁ ଭୟଭୀତ କରିଛି ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ଚନ୍ଦ୍ରଗିରି ବନାଞ୍ଚଳର ଚାନ୍ଦିପୁଟ ନିକଟରେ ରହିଛି ଲକ୍ଷାରୀ ଅଭୟାରଣ୍ୟ । ଭାଇରାଲ ହେଉଥିବା ଭିଡିଓରେ ଦୃଶ୍ୟମାନ ହେଉଥିବା ଜନ୍ତୁଟି ବିରାଡ଼ି ଜାତୀୟ ପଶୁ ଏବଂ ଶରୀର ଲମ୍ବା, ଲାଞ୍ଜ ମଧ୍ୟ ଲମ୍ବା ଥିବା ଜଣାପଡ଼ୁଛି । ଯାହାଫଳରେ ଏହା ଛୋଟିଆ ବାଘ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ , ଚାନ୍ଦିପୁଟ ଇନ୍ଦିରା ସୃତି ମହାବିଦ୍ୟାଳୟ ନିକଟବର୍ତ୍ତୀ ଯୋଡିପଥର ଗ୍ରାମରେ କିଛି କଲେଜ ପଢୁଆ ପିଲା ମାନେ ଘର ଭଡ଼ା ନେଇ ରହୁଥିବା ବେଳେ ଗତ ୨୭ ତାରିଖ ରାତିରେ ପ୍ରାୟ ୧୧:୪୫ ସମୟରେ ଦୁଇ ଜଣ ଛାତ୍ର ବାହାରକୁ ବାହାରିଥିଲେ । ସେହି ସମୟରେ ଗ୍ରାମ କୋଠ ଘର ନିକଟରୁ ପ୍ରଥମେ ଛେଳି ଗୁହାଳ ଏବଂ ପରେ କୁକୁଡ଼ା ଘର ନିକଟକୁ ଏକ ଜନ୍ତୁ ଛପି ଛପି ଆସୁଥିବା ଦେଖିଥିଲେ । ଯାହା ବାଘ ଭଳି ଦିଶୁଥିବା ଜାଣି ଦୁଇ ଜଣ ଛାତ୍ର ଭୟଭିତ ହୋଇ ଲୁଚିଯାଇଥିଲେ ଏବଂ ଦୂରରୁ ନିଜ ମୋବାଇଲରେ ଏହି ଭିଡିଓ ଉତ୍ତୋଳନ କରିଥିଲେ । ତେବେ ଜନ୍ତୁଟିକୁ ଦେଖି କୁକୁର ମାନେ ଭୋକିବା ଆରମ୍ଭ କରିବା ପରେ ସେଠାରୁ ଜନ୍ତୁଟି ଦୌଡ଼ି ପଳାଇଥିଲା।

ଅନ୍ୟପକ୍ଷରେ ଯୋଡିପଥର ଗ୍ରାମ ଓ ଆଖପାଖ ଅଞ୍ଚଳରେ ଏ ପର୍ଯ୍ୟନ୍ତ କୌଣସି ପଶୁ କିମ୍ବା କୁକୁଡ଼ାକୂ କ୍ଷତି ହୋଇନଥିବା ଗ୍ରାମବାସୀ କହିଛନ୍ତି । କିନ୍ତୁ ବାଘ ଆସିବା ଘଟଣା ସମସ୍ତଙ୍କୁ ବିଚଳିତ କରିଥିବା ବେଳେ ସଂନ୍ଧ୍ୟା ହେଲେ ଗ୍ରାମବାସୀ ଘରେ କବାଟ କିଳି ଶିଘ୍ର ଶୋଇପଡୁଥିବା କହିଛନ୍ତି । ଏ ସମ୍ପର୍କରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ଗତ ତିନି ବର୍ଷ ମଧ୍ୟରେ ଚନ୍ଦ୍ରଗିରି ବନାଞ୍ଚଳରେ ବାଘ ଥିବା କୌଣସି ରେକର୍ଡ ନାଁହି । ତେଣୁ ଭାଇରାଲ୍ ଭିଡିଓରେ ଜନ୍ତୁଟି ବାଘ ନୁହେଁ ବରଂ ଏକ ଜଙ୍ଗଲି ବିରାଡ଼ି ବୋଲି ବନ ବିଭାଗ କହିଛି । ତେବେ ଭାଇରାଲ୍ ଭିଡିଓ ଦେଖି ଗାଁରେ ବାଘ ଆତଙ୍କ ଜାରି ରହିଥିବା ସହିତ ଉକ୍ତ ଗାଁ ଲୋକେ ଓ ଏହାର ଆଖ ପାଖ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

 

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

29 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

37 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

52 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

58 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago