ଗଞ୍ଜାମ(କେନ୍ୟୁଜ୍): ଟିପର୍ ଡ୍ରାଇଭରଙ୍କୁ ପିଟିପିଟି ମାରିଦେଲେ ଉତ୍ତ୍ୟେକ୍ତ ଲୋକେ । ଗଞ୍ଜାମ ପାଟପୁର ଥାନା ଡେଙ୍ଗାଡି ରଙ୍ଗୁଣୀ ଛକରେ ଘଟିଛି ଅଭାବନୀୟ ଘଟଣା । ଆଜି ଅପରାହ୍ଣରେ ଟିପର୍ ଖଲିଙ୍ଗିରୁ ଯାଉଥିବା ବେଳେ ଏକ ବାଇକ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଆଡପଡା ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଆଡପଡାର କାହ୍ନୁ ଚରଣ ଜେନା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।
ଉତ୍ତ୍ୟେକ୍ତ ଲୋକ ରାସ୍ତା ଅବରୋଧ କରିବା ସହ ଟିପର୍ ଡ୍ରାଇଭରକୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆଡପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଡ୍ରାଇଭର ତାରସିଙ୍ଗି ଥାନା କୁପଟି ଗାଁର ବସନ୍ତ ବାଘ । ଘଟଣାସ୍ଥଳରେ ଆସିକା ଏସ୍ଡିପିଓ, ପାଟପୁର, ହିଞିଳିକାଟୁ ଥାନା ପୋଲିସ ପହଞ୍ଚି ବୁଝାସୁଝା ପରେ ଦୀର୍ଘ ସମୟ ପରେ ରାସ୍ତା ଅବରୋଧ ହଟିଥିଲା ।
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…