Below header

ଗଞ୍ଜାମ: ରଙ୍ଗୁଣୀ ଛକରେ ବାଇକୁ ପିଟିଲା ଟିପର, ବାଇକ ଆରୋହୀର ମୃତ୍ୟୁ ପରେ ଟିପର୍‌ ଡ୍ରାଇଭରଙ୍କୁ ପିଟିପିଟି ମାରିଦେଲେ ଲୋକେ

ଗଞ୍ଜାମ(କେନ୍ୟୁଜ୍): ଟିପର୍‌ ଡ୍ରାଇଭରଙ୍କୁ ପିଟିପିଟି ମାରିଦେଲେ ଉତ୍ତ୍ୟେକ୍ତ ଲୋକେ । ଗଞ୍ଜାମ ପାଟପୁର ଥାନା ଡେଙ୍ଗାଡି ରଙ୍ଗୁଣୀ ଛକରେ ଘଟିଛି ଅଭାବନୀୟ ଘଟଣା । ଆଜି ଅପରାହ୍ଣରେ ଟିପର୍‌ ଖଲିଙ୍ଗିରୁ ଯାଉଥିବା ବେଳେ ଏକ ବାଇକ୍‌କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଆଡପଡା ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଆଡପଡାର କାହ୍ନୁ ଚରଣ ଜେନା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ଉତ୍ତ୍ୟେକ୍ତ ଲୋକ ରାସ୍ତା ଅବରୋଧ କରିବା ସହ ଟିପର୍‌ ଡ୍ରାଇଭରକୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆଡପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଡ୍ରାଇଭର ତାରସିଙ୍ଗି ଥାନା କୁପଟି ଗାଁର ବସନ୍ତ ବାଘ । ଘଟଣାସ୍ଥଳରେ ଆସିକା ଏସ୍‌ଡିପିଓ, ପାଟପୁର, ହିଞିଳିକାଟୁ ଥାନା ପୋଲିସ ପହଞ୍ଚି ବୁଝାସୁଝା ପରେ ଦୀର୍ଘ ସମୟ ପରେ ରାସ୍ତା ଅବରୋଧ ହଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.