Below header

ରାଜ୍ୟର ପ୍ରଥମ ଲନ୍‌ ଟେନିସ ଖେଳାଳି ଭାବେ ଜାତୀୟ ସ୍ତରରେ ଫାଇନାଲରେ ପହଞ୍ଚିଲେ କିଟ୍‌ ଛାତ୍ରୀ ସୋହିନୀ ମହାନ୍ତି

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ସୋହିନୀ ମହାନ୍ତିଙ୍କ ସଫଳତା। ରାଜ୍ୟର ପ୍ରଥମ ଲନ୍‌ ଟେନିସ ଖେଳାଳି ଭାବେ ଜାତୀୟ ସ୍ତରରେ ଫାଇନାଲରେ ପହଞ୍ଚିଛନ୍ତି। ୧୨ବର୍ଷୀୟ ସୋହିନୀ ୧୪ବର୍ଷରୁ କମ୍‌ ବର୍ଗର ଉଭୟ ସିଙ୍ଗଲସ୍‌ ଓ ଡବଲ୍‌ସରେ ଫାଇନାଲ୍‌କୁ ଉତ୍ତିର୍ଣ୍ଣ ହୋଇଛନ୍ତି।

ଜାତୀୟ ତାଲିକାର ୫୧ ନଂ ସ୍ଥାନରେ ଥିବା ସୋହିନୀ ନଂ୨ ଓ ନଂ୬ ଖେଳାଳିଙ୍କୁ ପରାସ୍ତ କରିଥିଲେ। ମୁମ୍ବାଇରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେ ବିଜୟୀ ହୋଇଛନ୍ତି। ଏନେଇ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସୋହିନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.