ମାତା ପାର୍ବତୀ ଏହି ସ୍ଥାନରେ କରିଥିଲେ ଭଗବାନ ଶିବଙ୍କୁ ତପସ୍ୟା, ଜାଣନ୍ତୁ କେଉଁଠି ହୋଇଥିଲା ବିବାହ

ଭଗବାନ ଶିବଙ୍କୁ ମହାଦେବ କୁହାଯାଏ । ଶିବ ବହୁତ ଭୋଳା, ତେଣୁ ତାଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ । ମାତା ପାର୍ବତୀ ଘୋର ତପସ୍ୟା କରି ଭଗବାନ ଶିବଙ୍କୁ ପାଇଥିଲେ । ଯେଉଁଥିପାଇଁ ମହାଶିବରାତ୍ରୀ ଦିନ ମାତା ପାର୍ବତୀ ଓ ଭଗବାନ ଶିବଙ୍କର ବିବାହ ହୋଇଥିଲା । ଯାହା ଜାଗର ଯାତ୍ରା ନାମରେ ଧୂମଧାମରେ ପାଳନ କରାଯାଏ । ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଏହି ସ୍ଥାନରେ ଘୋର ତପସ୍ୟା କରିଥିଲେ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ..

parbati
photo credit: patrika.com

ମାତା ପାର୍ବତୀ ଏଇଠି କରିଥିଲେ ତପସ୍ୟା :

ମାତା ପାର୍ବତୀ ଯେଉଁଠି ତପସ୍ୟା କରିଥିଲେ ସେହି ସ୍ଥାନ କେଦାରନାଥ ନିକଟରେ ଥିବା ଗୌରି କୁଣ୍ଡ ନାମରେ ପ୍ରସିଦ୍ଧ । ଏଠାକାର ସବୁଠୁ ବଡ଼ ରହସ୍ୟ ହେଉଛି ଏଠାକାର ପାଣି ଥଣ୍ଡା ଦିନରେ ମଧ୍ୟ ଗରମ ରହିଥାଏ । ମାତା ପାର୍ବତୀ ଯେତେବେଳେ ତପସ୍ୟା ପୂର୍ଣ୍ଣ କଲେ ଓ ଭଗବାନ ଶିବଙ୍କୁ ବିବାହ କରିବାକୁ ପ୍ରସ୍ତାବ ରଖିଲେ ଏହି ରୁଦ୍ର ପ୍ରୟାଗ ଜିଲ୍ଲାରେ ହର ଗୌରୀଙ୍କର ବିବାହ ସମ୍ପନ୍ନ ହେଲା ।

parbati
photo credit: patrika.com

ଏହି ସ୍ଥାନରେ ହୋଇଥିଲା ମାତା ପାର୍ବତୀ ଓ ଭଗବାନ ଶିବଙ୍କ ବିବାହ :

ରୁଦ୍ର ପ୍ରୟାଗ ଜିଲ୍ଲାର ଏକ ଗାଁ ହେଉଛି ତ୍ରୀୟୁର୍ଗୀ ନାରାୟଣ । ମାନ୍ୟତା ରହିଛି କି ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ହିମାଳୟର ମନ୍ଦାକିନୀ ଅଞ୍ଚଳର ତ୍ରିୟୁର୍ଗୀ ନାରାୟଣୀ ଗାଁରେ ସମ୍ପନ୍ନ ହୋଇଥିଲା । ଏଠାରେ ଏକ ପବିତ୍ର ଅଗ୍ନି ମଧ୍ୟ ଜଳି ରହିଥାଏ । ଏ ସମ୍ପର୍କରେ କୁହାଯାଏ ଯେ ତ୍ରେତୟା ଯୁଗରୁ ଏହି ଅଗ୍ନି ଅନବରତ ଜଳିଆସୁଛି । ଏହି ଅଗ୍ନି ସାମ୍ନାରେ ମାତା ପାର୍ବତୀଙ୍କ ସହ ଭଗବାନ ଶିବ ସାତ ଫେରି ନେଇଥିଲେ । ବିବାହରେ ଭାଇର ସମସ୍ତ ଦାୟିତ୍ୱ ଭଗବାନ ବିଷ୍ଣୁ ଓ ପଣ୍ଡିତଙ୍କ ଦାୟିତ୍ୱ ବ୍ରହ୍ମାଜୀ ପୁରା କରିଥିଲେ । ବିବାହରେ ବହୁତ ମହାନ ତପସ୍ୱୀ, ଋଷି ଓ ମହର୍ଷି ମଧ୍ୟ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.