ଢେଙ୍କାନାଳ: ବିଷାକ୍ତ ଭୋଜି ଖାଇ ୨ ଶ୍ରମିକଙ୍କ ମୃତ୍ୟୁ ଓ ୧୫ରୁ ଅଧିକ ଗୁରୁତର

କାମାକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ କାମାକ୍ଷାନଗର ବେଢ଼ାପାଳ ଗାଁରେ ଅଭାବନୀୟ ଘଟଣା। ବିଷାକ୍ତ ଭୋଜି ଖାଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଗୁରୁବାର ଦିନ ବେଢ଼ାପାଳ ଗାଁରେ ଜଣେ ବ୍ୟକ୍ତିଙ୍କ ଘର ଛାତ କାମ ବେଳେ ଭୋଜି ହୋଇଥିଲା।

କାମ କରୁଥିବା ଶ୍ରମିକମାନେ ସେହି ଭୋଜି ଖାଇ ଝାଡ଼ାବାନ୍ତିରେ  ଅସୁସ୍ଥ ହୋଇପଡ଼ିଥିଲେ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶ୍ରମିକମାନଙ୍କ ମଧ୍ୟରୁ କଟକରେ ଜଣଙ୍କର ଓ ଢେଙ୍କାନାଳ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.