Below header

ହୋଇପାରେ ଆଧାର ସହ ଭୋଟର ଆଇଡିର ଲିଙ୍କ୍‌, ଏମିତି କହିଲେ ସରକାର

ନୂଆଦିଲ୍ଲୀ : ଆଧାର ସହ ଭୋଟର ଆଇଡି କାର୍ଡର ଲିଙ୍କ୍‌ ନେଇ ନିର୍ବାଚନ କମିଶନ ଦେଇଥିବା ପ୍ରସ୍ତାବକୁ ସରକାର ବିଚାର କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସରକାର । ଜଣେ ବ୍ୟକ୍ତି ବିଭିନ୍ନ ସ୍ଥାନରେ ନିଜର ନାମ ସଂଯୋଗ କରୁଥିବାରୁ ଏହାକୁ ବନ୍ଦ କରିବାକୁ ନିର୍ବାଚନ କମିଶନ ଏପରି ପ୍ରସ୍ତାବ ଦେଇଛନ୍ତି ବୋଲି ଜଣାପଡ଼ିଛି ।

ଏଥିପାଇଁ ଆଇନରେ ସଂଶୋଧନ ଆବଶ୍ୟକ ପଡ଼ୁଥିବାରୁ ନିର୍ବାଚନ କମିଶନ ସରକାରଙ୍କୁ ଏପରି ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ସରକାରଙ୍କ ବିଚାରଧିନ ରହିଛି ବୋଲି ଆଇନ ଓ ନ୍ୟାୟ ଓ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲୋକସଭାରେ କହିଛନ୍ତି ।
ତେବେ ଏ ସମ୍ପର୍କରେ ସୁପ୍ରିମକୋର୍ଟ ପକ୍ଷରୁ କୌଣସି ନିର୍ଦ୍ଦେଶ ମିଳିନାହିଁ ବୋଲି ମନ୍ତ୍ରୀ ରବିଶଙ୍କର କହିଛନ୍ତି ।

ଆଧାର କାର୍ଡ ସହ ଭୋଟର କାର୍ଡର ସଂଯୋଗ ଦ୍ୱାରା ବହୁତ ଅପବ୍ୟବହାର ହେବ ବୋଲି ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଏହା କେବଳ ନିର୍ବାଚନ ପ୍ଲାଟଫର୍ମରେ ବିଭିନ୍ନ ସୁରକ୍ଷା ଦିଗରେ କାମ ଦେବ ବୋଲି ନିର୍ବାଚନ କମିଶନ ପ୍ରସ୍ତାବ ଦେଇଛନ୍ତି ।


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.