Categories: ରାଜ୍ୟ

ଭୟଙ୍କର ହେଲା ତିତ୍‌ଲି, ନେଲା ବାତ୍ଯାର ରୁପ

ଭୁବନେଶ୍ବର(କେନ୍ଯୁଜ୍) :ଆସନ୍ତା ୧୧ ତାରିଖ ସକାଳେ ଓଡ଼ିଶା ଉପକୂଳ ଛୁଇଁପାରେ ତିତ୍‌ଲି। ସାମୁଦ୍ରିକ ଝଡ଼ର ଚକ୍ରବ୍ୟୁହ ଭିତରକୁ ଆସିବ ଓଡ଼ିଶାର ୧୪ ଜିଲ୍ଲା। ଆଜି ଡିପ-ଡିପ୍ରେସନ ସାମୁଦ୍ରିକ ଝଡ଼ର ରୂପ ନେଇ ସାରିଛି। ଗୋପାଳପୁର ଠାରୁ ୫୧୦ କିଲୋମିଟର ଦୂରରେ ରହିଛି ତିତ୍‌ଲି। କାଲିଠାରୁ ରାଜ୍ୟରେ ଏହାର ପ୍ରଭାବ ପଡିବ। ୫ଟି ଜିଲ୍ଲାରେ ବର୍ଷା ହେବ। ୧୧ ତାରିଖ ସକାଳୁ ୨୪ ଘଣ୍ଟା ଯାଏ ୧୪ଟି ଜିଲ୍ଲାରେ ବର୍ଷା ଆଲର୍ଟ ଜାରି ହୋଇଛି। ବାତ୍ୟାମୁକାବିଲା ପାଇଁ ପାଇଁ ସରକାର ବି ପ୍ରସ୍ତୁତ ହୋଇ ରହିଛନ୍ତି।

ମାଡ଼ି ଆସୁଛି ବାତ୍ୟା ତିତ୍‌ଲି । ଅଧିକ ଭୟଙ୍କର ରୂପ ନେଉଛି। ଆସନ୍ତା ୨୪ ଘଣ୍ଟାରେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ। ୧୧ ତାରିଖ ସକାଳେ ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଧ୍ୟ ଦେଇ ଗତି କରିବ। ବର୍ତ୍ତମାନ ସାମୁଦ୍ରିକ ଝଡ଼ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ସ୍ଥଳ ଆଡକୁ ବଢୁଛି ସାମୁଦ୍ରିକ ଝଡ଼। ଏହାର ପ୍ରଭାବରେ କାଲି ସକାଳୁ ବର୍ଷା ଆରମ୍ଭ ହୋଇଯିବ। କାଲି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ନେଇ ଆଲର୍ଟ ଜାରି ହୋଇଛି। ୧୧ ତାରିଖ ସକାଳୁ ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ।

୧୧ ସକାଳରୁ ୧୨ ତାରିଖ ସକାଳ ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ଅଧିକ ବର୍ଷା ନେଇ ଜାରି ହୋଇଛି ଆଲର୍ଟ। ଏହାସହ ରାୟଗଡ଼ା, କୋରାପୁଟ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ।

ସରକାର ବି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ। ପରିସ୍ଥିତି ଉପରେ ନଜର ରଖିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ତଳି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ୩୦୦ ବୋଟ୍‌, ୨୦ ଓଡ୍ରାଫ୍‌ ଟିମ ଓ ୧୧ଟି NDRF ଟିମ୍‌ ପ୍ରସ୍ତୁତ ଅଛି । ବାତ୍ୟା ପରିସ୍ଥିତି ନଟଳିବା ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ କରି ଦିଆଯାଇଛି । ସେହିପରି ହେଡକ୍ୱାର୍ଟସ୍‌ ଛାଡ଼ି ବାହାରକୁ ନ ଯିବାକୁ କୁହାଯାଇଛି।

କାଲି ସକାଳୁ ତିତଲି ପବନର ବେଗ ରହିବ ୭୦ରୁ ୮୦ କିଲୋମିଟର ପ୍ରତି ଘଣ୍ଟା। ସଂଧ୍ୟାରେ ଏହା ୮୦ରୁ ୯୦ ହୋଇ ଶହେ ଛୁଇଁବା ସମ୍ଭାବନା ରହିଛି। ୧୧ ତାରିଖ ସକାଳୁ ମଧ୍ୟ ପବନର ବେଗ ଶହେ କିଲୋମିଟର ପ୍ରତି ଘଣ୍ଟା ରହିପାରେ। ଏହାପରେ ଧିରେଧିରେ ଦୁର୍ବଳ ହେବ ସାମୁଦ୍ରିକ ଝଡ଼। ସ୍ଥଳ ଭାଗ ଛୁଇଁବା ପରେ, ରିକର୍ଭ ହୋଇ ଓଡ଼ିଶା ଉପକୂଳ ହୋଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ। ତିତ୍‌ଲି ଯୋଗୁଁ ଓଡ଼ିଶାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ କ୍ଷୟକ୍ଷତି ଆଶଙ୍କା କରାଯାଉଛି। ସେହିପରି ଆନ୍ଧ୍ରପ୍ରଦେଶର ବିଶାଖପାଟଣା, ବିଜୟନଗରମ, ଶ୍ରୀକାକୁଲମ ଜିଲ୍ଲାରେ ତିତଲିର ପ୍ରଭାବ ପଡ଼ିବ।

ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଥିବା ବେଳେ ଉଦ୍ଧାରକାରୀ ଟିମ୍‌କୁ ସଜାଗ ରଖାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜାରି କରାଯାଇଛି ଆଲର୍ଟ ।

ବାତ୍ୟାକୁ ନେଇ ସଜାଗ ରହିଛି କମିଶନରେଟ୍‌ ପୋଲିସ। ସହରରେ ୮ଟି ଓଡ୍ରାଫ ଟିମ୍‌କୁ ପ୍ରସ୍ତୁତ କରି ରଖାଯାଇଛି। ୬ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ରହିବେ। ଆଉ ୨ଟି ଟିମ୍‌, ରାସ୍ତା ବ୍ଲକେଜ୍‌ ହେଲେ ତାକୁ ସଫା କରିବାକୁ ରହିବେ। ସେହପରି ରାଜ୍ୟର ସମସ୍ତ ୩୩୫ଟି ଫାୟର ଷ୍ଟେସନକୁ ଆଲର୍ଟ କରାଯାଇଛି।

ଏବେ ସମସ୍ତଙ୍କ ନଜର ସମୁଦ୍ର ଉପରେ। ଆଗକୁ ପବନର ବେଗ ବଢ଼ିବ। ସମୁଦ୍ରକୂଳିଆ ଲୋକେ ଯେତି ଆତଙ୍କିତ ସେତିକି ସତର୍କ। ଗୋପାଳପୁର ଦେଖିଛି ୧୯୯୯ର ବାତ୍ୟା ଓ ୨୦୧୩ ଫାଇଲିନ୍‌ର ଆତଙ୍କ। ଏବେ ମଧ୍ୟ ତିତଲି, ଫାଇଲିନ୍‌ ପଥ ଅର୍ଥାତ ଗୋପାଳପୁର-କଳିଙ୍ଗପଟ୍ଟନମ ମଧ୍ୟ ଦେଇ ଗତି କରିବା ପୂର୍ବାନୁମାନ ହୋଇଛି। ଏହାକୁ ନେଇ ଗଞ୍ଜାମ ଜିଲ୍ଲାପ୍ରଶାସନ ସତର୍କ। ଅଧିକାରୀଙ୍କ ସହ ପ୍ରସ୍ତୁତି ଆଲୋଚନା କରିଛନ୍ତି ଜିଲ୍ଲାପାଳ।

KNews Bureau

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

5 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

18 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

21 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

41 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago