ରାଜ୍ୟ

ପୁରୀରେ ମମତା: ଅପରାହ୍ନ ୪ଟାରେ ମହାପ୍ରଭୁଙ୍କ ଦର୍ଶନ ସହ କରିବେ ପୂଜାର୍ଚ୍ଚନା

ପୁରୀ (କେନ୍ୟୁଜ): ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଅପରାହ୍ନରେ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ମମତା ବାନାର୍ଜୀ । କୌଳିକ ପଣ୍ଡା ତଥା ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ଓ ରାଜେଶ ଦାସମହାପାତ୍ରଙ୍କ ସହିତ ସେ ଶ୍ରୀମନ୍ଦିର ଯିବେ । ଭିତରକାଠ ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କୁ ଦର୍ଶନ ପରେ ବେଢ଼ା ପରିକ୍ରମା କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ମା ବିମଳା, ମା ମହାଲକ୍ଷ୍ମୀଙ୍କ ସମେତ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିବେ ।

ଏଥିସହ କୀର୍ତ୍ତନ ଚକଡ଼ାରେ ରହି ନୀଳଚକ୍ରରେ ଧ୍ୱଜା ପରିବର୍ତ୍ତନ ସହ ଧ୍ୱଜାବନ୍ଧାର ଅପୂର୍ବ ଦୃଶ୍ୟ ଦେଖିବେ ମମତା ବାନାର୍ଜୀ । ଶ୍ରୀମନ୍ଦିରରେ ସେ ପାଖାପାଖି ୨ ଘଣ୍ଟା ରହିବେ । ତାପୂର୍ବରୁ ଆଜି ପୂର୍ବାହ୍ନରେ ବଳିଆପଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା ଗେଷ୍ଟ ହାଉସ ପାଇଁ କ୍ଷେତ୍ର ପରିଦର୍ଶନ କରିବେ । ଅତିଥି ଭବନ ଓଡ଼ିଶା ସରକାର ୫ ଏକର ଜମି ଯୋଗାଇ ଦେଇଛନ୍ତି । ଆଜି ପୁରୀରେ ରାତ୍ରିଯାପନ କରିବେ ମମତା ବାନାର୍ଜୀ ।

ଆସନ୍ତାକାଲି ଭୁବନେଶ୍ୱର ଫେରିବେ । କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ପ୍ରମୁଖ ରାଜନୈତିକ ଦଳଙ୍କ ନଜର ରହିଛି । ଉଭୟ ନିଜ ନିଜ ରାଜ୍ୟରେ ଗୋଟିଏ ଗୋଟିଏ ଆଂଚଳିକ ଦଳର ସଫଳ ନେତୃତ୍ୱ ନେଉଛନ୍ତି । କିନ୍ତୁ ବିଜେଡି ଓ ତୃଣମୂଳ କଂଗ୍ରେସର ଲକ୍ଷ୍ୟ ଅଲଗା ଅଲଗା । ଚର୍ଚ୍ଚା ହେଉଛି ବିଜେପି ଓ କଂଗ୍ରେସକୁ ବାଦ୍‌ ଦେଇ ଏକ ଆଞ୍ଚଳିକ ଦଳର ମେଣ୍ଟ ଗଠନ କରିବାକୁ ମମତା ପ୍ରୟାସ କରୁଛନ୍ତି । ଏଭଳି ସ୍ଥିତିରେ ନବୀନ୍‌-ମମତା ସାକ୍ଷାତରେ କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିବ ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

5 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

7 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

7 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

9 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

9 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

10 hours ago