ରାଜ୍ୟ

କଟକ: ତାଳଦଣ୍ଡା କେନାଲ ସଂଲଗ୍ନ ଧାର୍ମିକ ଅନୁଷ୍ଠାନ ଓ କ୍ଲବକୁ ଉଚ୍ଛେଦ କଲା ପ୍ରଶାସନ, ଭାଙ୍ଗିଲା ୧୦ଟି ମନ୍ଦିର ଓ ୩ଟି କ୍ଲବ

କଟକ(କେନ୍ୟୁଜ୍): ଶାନ୍ତି ଶୃଖଳାର ସହ ଉଛେଦ ହୋଇଛି ଧାର୍ମିକ ଅନୁଷ୍ଠାନ ଓ କ୍ଲବ। ଗୋଟିଏ ଦିନରେ ୧୦ ଟି ମନ୍ଦିର ଓ ୩ଟି କ୍ଲବକୁ ଉଛେଦ କରାଯାଇଛି। ଏସସିବିକୁ ଏମ୍ସ ପ୍ଲସ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ଯୋଜନା। ଏସସିବି ତିିନି ହଜାର ଶଯ୍ୟା ବିଶିଷ୍ଟ ହେବ। ଏସସିବି ସଂଲଗ୍ନ ସମସ୍ତ ରାସ୍ତା ମଧ୍ୟ ପ୍ରଶସ୍ତ ହେବ। ତାଳଦଣ୍ଡା କେନାଲ ଉଭୟ ପାର୍ଶ୍ୱରେ ତିନି ଲେନିଙ୍ଗ ହେବ ବୋଲି ଘୋଷଣା କରାଯାଇଛି। ତାଳଦଣ୍ଡା କେନାଲ କୂଳରେ ଥିବା ଏହି ଧାର୍ମିକ ଅନୁଷ୍ଠାନ ଓ କ୍ଲବକୁ ଆଜି ଉଛେଦ କରିଛି ପ୍ରଶାସନ।

ବର୍ଷ ବର୍ଷ ଧରି ଯେଉଁ ମନ୍ଦିରରେ ଇଷ୍ଟ ଦେବଙ୍କୁ ପୂଜା କରୁଥିଲେ ସେହି ମନ୍ଦିରରେ ଆଜି ପଶିଥିଲା ଜେସିବି। କୋହ ସମ୍ଭାଳି ପାରି ନଥିଲେ ବସ୍ତିବାସିନ୍ଦା। ଘର ଭାଙ୍ଗିଥିଲେ ଯେତିକି ବାଧି ନଥାନ୍ତା ତାଠାରୁ ଅଧିକ ବାଧିଥିଲା ମନ୍ଦିର ଭାଙ୍ଗି ଥିବାରୁ । କଟକ ମହାନଗର ନିଗମ ପକ୍ଷରୁ ତାଳଦଣ୍ଡା କେନାଲ କୂଳରେ ଥିବା ୪୫୪ ବସ୍ତିଘର, ୮୮ଟି ଜବରଦଖଲ ଦୋକାନ, ୩୦ଟି ଅନୁମୋଦିତ ଦୋକାନ, ୧୭ଟି ଧାର୍ମିକ ଅନୁଷ୍ଠାନ ଓ ୧୪ଟି ରାସ୍ତାକଡ ଦୋକାନକୁ ଚିହ୍ନଟ କରାଯାଇଛି। ପର୍ଯ୍ୟାୟକ୍ରମେ ଏ ସମସ୍ତ ଉଛେଦ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ବିସ୍ଥାପନ ନୀତି ଅନୁଯାୟୀ କ୍ଷତିପୂରଣ ଦେବାକୁ ପ୍ରଶାସନ ଘୋଷଣା କରିଥିବାବେଳେ ଜନସାଧାରଣ ମଧ୍ୟ ଉଛେଦରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି।

KNews Bureau

Recent Posts

ବାଇକ୍‌ ନେଇ ଫେରାର ମାରୁଥିଲା ଚୋର, ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

ଜଳେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଟୁଲଗେଟ ବଜାରରେ ଘଟିଛି ଏମିତି ଘଟଣା । ଗତ କାଲି ଅପରାହ୍ନ…

4 mins ago

କମିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଆଜିର ଦାମ

ଆଜି ସୁନା ଦର ଟିକେ ହ୍ରାସ ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ…

28 mins ago

ଫ୍ଲାଏଓଭର ଉପରୁ ଖସିଲା ତୀର୍ଥ ଯାତ୍ରୀ ବୋଲେରୋ, ୨ ମୃତ

ସମ୍ବଲପୁର : ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ। ନିର୍ମାଣାଧୀନ ଫ୍ଲାଏଓଭର ଉପରୁ ଖସିଲା ତୀର୍ଥଯାତ୍ରୀ ଗାଡ଼ି । ଘଟଣାସ୍ଥଳରେ ୨…

47 mins ago

ରାତିରେ ଟୁଇନ ସିଟିରେ ଢାଳିଲା ବର୍ଷା, ତାଣ୍ଡବ କଲା କାଳବୈଶାଖୀ

ଭୁବନେଶ୍ୱର  : ଦିନରେ ଅଗ୍ନି ବର୍ଷା, ରାତିରେ ଜଳ ବର୍ଷା। ରାତିରେ ଟୁଇନ ସିଟିରେ ଢାଳିଲା ବର୍ଷା। ତାଣ୍ଡବ କଲା…

57 mins ago

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

11 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

12 hours ago