Below header

କଟକ: ତାଳଦଣ୍ଡା କେନାଲ ସଂଲଗ୍ନ ଧାର୍ମିକ ଅନୁଷ୍ଠାନ ଓ କ୍ଲବକୁ ଉଚ୍ଛେଦ କଲା ପ୍ରଶାସନ, ଭାଙ୍ଗିଲା ୧୦ଟି ମନ୍ଦିର ଓ ୩ଟି କ୍ଲବ

କଟକ(କେନ୍ୟୁଜ୍): ଶାନ୍ତି ଶୃଖଳାର ସହ ଉଛେଦ ହୋଇଛି ଧାର୍ମିକ ଅନୁଷ୍ଠାନ ଓ କ୍ଲବ। ଗୋଟିଏ ଦିନରେ ୧୦ ଟି ମନ୍ଦିର ଓ ୩ଟି କ୍ଲବକୁ ଉଛେଦ କରାଯାଇଛି। ଏସସିବିକୁ ଏମ୍ସ ପ୍ଲସ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ଯୋଜନା। ଏସସିବି ତିିନି ହଜାର ଶଯ୍ୟା ବିଶିଷ୍ଟ ହେବ। ଏସସିବି ସଂଲଗ୍ନ ସମସ୍ତ ରାସ୍ତା ମଧ୍ୟ ପ୍ରଶସ୍ତ ହେବ। ତାଳଦଣ୍ଡା କେନାଲ ଉଭୟ ପାର୍ଶ୍ୱରେ ତିନି ଲେନିଙ୍ଗ ହେବ ବୋଲି ଘୋଷଣା କରାଯାଇଛି। ତାଳଦଣ୍ଡା କେନାଲ କୂଳରେ ଥିବା ଏହି ଧାର୍ମିକ ଅନୁଷ୍ଠାନ ଓ କ୍ଲବକୁ ଆଜି ଉଛେଦ କରିଛି ପ୍ରଶାସନ।

evictionବର୍ଷ ବର୍ଷ ଧରି ଯେଉଁ ମନ୍ଦିରରେ ଇଷ୍ଟ ଦେବଙ୍କୁ ପୂଜା କରୁଥିଲେ ସେହି ମନ୍ଦିରରେ ଆଜି ପଶିଥିଲା ଜେସିବି। କୋହ ସମ୍ଭାଳି ପାରି ନଥିଲେ ବସ୍ତିବାସିନ୍ଦା। ଘର ଭାଙ୍ଗିଥିଲେ ଯେତିକି ବାଧି ନଥାନ୍ତା ତାଠାରୁ ଅଧିକ ବାଧିଥିଲା ମନ୍ଦିର ଭାଙ୍ଗି ଥିବାରୁ । କଟକ ମହାନଗର ନିଗମ ପକ୍ଷରୁ ତାଳଦଣ୍ଡା କେନାଲ କୂଳରେ ଥିବା ୪୫୪ ବସ୍ତିଘର, ୮୮ଟି ଜବରଦଖଲ ଦୋକାନ, ୩୦ଟି ଅନୁମୋଦିତ ଦୋକାନ, ୧୭ଟି ଧାର୍ମିକ ଅନୁଷ୍ଠାନ ଓ ୧୪ଟି ରାସ୍ତାକଡ ଦୋକାନକୁ ଚିହ୍ନଟ କରାଯାଇଛି। ପର୍ଯ୍ୟାୟକ୍ରମେ ଏ ସମସ୍ତ ଉଛେଦ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ବିସ୍ଥାପନ ନୀତି ଅନୁଯାୟୀ କ୍ଷତିପୂରଣ ଦେବାକୁ ପ୍ରଶାସନ ଘୋଷଣା କରିଥିବାବେଳେ ଜନସାଧାରଣ ମଧ୍ୟ ଉଛେଦରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.