‘ଋତୁସ୍ରାବ ବେଳେ ଶାରୀରିକ ସମ୍ପର୍କ ରଖିଲେ ଗର୍ଭବତୀ ହୁଅନ୍ତିନି ମହିଳା’, ଜାଣନ୍ତୁ ଏହା କେତେ ଦୂର ଠିକ୍‌?

ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ଏକ ସାମାଜିକ ପ୍ରକ୍ରିୟା। ପରିବାରକୁ ଆଗକୁ ବଢ଼ାଇବାକୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି ସମ୍ପର୍କ ରଖିବା ଜରୁରୀ ହୋଇଥାଏ। ସବୁ ସମୟରେ ପତିପତ୍ନୀ ପରସ୍ପରର ସହମତିରେ ସମ୍ପର୍କ ସ୍ଥାପନ କରୁଥିଲେ ମଧ୍ୟ ମାସକରେ କିଛି ଦିନ ପାଇଁ ସେମାନେ ସମ୍ପର୍କ ସ୍ଥାପନ କରିପାରନ୍ତି ନାହିଁ। ଏହାର କାରଣ ହେଉଛି ମହିଳାଙ୍କ ମାସିକ ଧର୍ମ ବା ଋତୁସ୍ରାବ ବା ପିରିୟଡ୍‌ସ। ମାସକୁ ୫-୬ ଦିନ ପ୍ରତ୍ୟେକ ମହିଳା ମାସିକ ଧର୍ମ ଯୋଗୁ ସମ୍ବନ୍ଧ ବନାଇପାରିନଥା’ନ୍ତି।

Image result for menstruation period

ତେବେ ପିରିୟଡ୍‌ସ ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ମହିଳା ଗର୍ଭବତୀ ହୋଇନଥାନ୍ତି ବୋଲି ଏକ ସାଧାରଣ ଧାରଣା ରହିଛି। ଏହି କାରଣରୁ ମହିଳାମାନେ ଏହି ସମୟରେ ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରିଥାନ୍ତି। କିନ୍ତୁ ସତରେ କ’ଣ ଏହି ସମୟରେ ସମ୍ବନ୍ଧ ରଖିଲେ ମହିଳା ଗର୍ଭଧାରଣ କରିନଥାନ୍ତି? ଆସନ୍ତୁ ଜାଣିବା ଏ ସମ୍ପର୍କରେ…

Image result for sex during period can get pregnant

ଯୌନ ବିଶେଷଜ୍ଞଙ୍କ ମତରେ ଗର୍ଭଧାରଣ କରିବାକୁ ଚାହୁଁନଥିବା ବ୍ୟକ୍ତି ଏହି ସମୟରେ ପ୍ରୋଟେକ୍ସନ୍‌ ବ୍ୟବହାର କରିବା ଉଚିତ। ମାସିକ ଧର୍ମର କୌଣସି ଦିନ ଚାଲିଥିଲେ ବି ବିନା ସୁରକ୍ଷାରେ ସମ୍ପର୍କ ସ୍ଥାପନ କରିବା ବିପଦଜ୍ଜନକ ହୋଇପାରେ।

Image result for sex during period can get pregnant

ଏହି ସମୟରେ ସ୍ପର୍ମ ପିରିୟଡ୍‌ସ ବ୍ଲଡ୍‌ ସହ ବାହାରକୁ ଆସିଯାଉଥିବା ଭାବି ମହିଳା ବିନା ଚିନ୍ତାରେ ସମ୍ପର୍କ ସ୍ଥାପନ କରିଥାନ୍ତି। କିନ୍ତୁ ପ୍ରକୃତରେ ଏଭଳି ହୋଇନଥାଏ। ପିରିୟଡ୍ସ ସମୟରେ ମଧ୍ୟ ଗର୍ଭଧାରଣ ସମ୍ଭବ ବୋଲି ଡାକ୍ତର ମତ ଦିଅନ୍ତି।

Image result for menstruation period

ସାଧାରଣତଃ ଓଭ୍ୟୁଲେସନ୍‌ ବେଳେ ଅର୍ଥାତ୍‌ ପିରିୟଡ୍‌ସର ୧୪ ଦିନ ପୂର୍ବରୁ ଗର୍ଭଧାରଣର ସମ୍ଭାବନା ସବୁଠାରୁ ଅଧିକ ଥାଏ। ପ୍ରତ୍ୟେକ ମହିଳାଙ୍କ ମାସିକ ଧର୍ମର ସମୟ ଭିନ୍ନ ଭିନ୍ନ ହୋଇଥାଏ। ଯେଉଁ ମହିଳାଙ୍କ ପିରିୟଡ୍‌ସ କମ୍‌ ଦିନ ହୋଇଥାଏ ସେମାନଙ୍କର ଗର୍ଭଧାରଣର ସମ୍ଭାବନା ଅଧିକ ଥାଏ।

Image result for sex during period can get pregnant

ବିଶେଷଜ୍ଞଙ୍କ କହିବାନୁସାରେ ମହିଳାଙ୍କ ଶରୀରରେ ପ୍ରାୟ ୭ ଦିନ ପର୍ଯ୍ୟନ୍ତ ସ୍ପର୍ମ ଜୀବିତ ରହିଥାଏ। ତେଣୁ ଯଦି ଆପଣଙ୍କ ଚକ୍ର ୨୨ ଦିନ ଓ ପିରିୟଡ୍‌ସ ପରେ ହିଁ ଆପଣଙ୍କ ଓଭ୍ୟୁଲେସନ୍‌ ହୋଇଯାଉଛି ତେବେ ଆପଣ ଗର୍ଭଧାରଣ କରିପାରନ୍ତି। ଏଣୁ ଋତୁସ୍ରାବ ଚାଲିଥିବା ବେଳେ ସମ୍ପର୍କ ନ ରଖିବା ଉତ୍ତମ ବୋଲି ବିଶେଷଜ୍ଞ ମତ ଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.