ଅନ୍ଧାରରେ ମାୟାବତୀ, ବିଦ୍ୟୁତ ବିଲ୍ ପୈଠ ନ କରିବାରୁ କଟାଗଲା ବିଜୁଳି
ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀଙ୍କ ଘରର ସଦସ୍ୟଙ୍କୁ ଆଜି ସକାଳୁ ସକାଳୁ ବିଦ୍ୟୁତକାଟର ସମସ୍ୟାକୁ ସାମ୍ନା କରିବାକୁ ପଡିଛି। ଗ୍ରେଟର ନୋଏଡା ସ୍ଥିତ ବାଦଲପୁରରେ ଥିବା ତାଙ୍କ ଘରୁ ବିଦ୍ୟୁତ ବିଲ୍ ପଇଠ ନ କରିଥିବା କାରଣରୁ ବିଦ୍ୟୁତ କାଟ୍ କରାଯାଇଥିଲା।
ପ୍ରାୟ ୬୭,୦୦୦ ଟଙ୍କାର ବକେୟା ବିଲ ପୈଠ କରାଯାଇନଥିଲା ବିଦ୍ୟୁତ ବିଭାଗର ପ୍ରବକ୍ତାଙ୍କ କହିବାନୁଯାୟୀ ଏକ ରୁଟିନ୍ ଏକ୍ସରସାଇଜ୍ କରାଯାଉଥିଲା। ଯେଉଁଥିରେ ମାୟାବତୀଙ୍କର ବିଲ୍ ସାମିଲ ଥିଲା। ଏହାପରେ ମୟାବତୀଙ୍କ ପରିବାରର ସଦସ୍ୟ ତୁରନ୍ତ ୫୦,୦୦୦ଟଙ୍କା ପୈଠ କଲେ, ଯାହାପରେ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ କରାଗଲା।
ଲକ୍ଷ୍ନୌର ବିଦ୍ୟୁତ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି ଯେ ଏହି ଘଟଣାରେ କୌଣସି ରାଜନୀତି ନାହିଁ। ଏହା ସମସ୍ତଙ୍କ ପାଇଁ ଲାଗୁ କରାଯାଇଛି। ଯେଉଁମାନେ ବିଲ୍ ପୈଠ କରିନାହାନ୍ତି, ସେମାନଙ୍କ ଘରୁ ବିଦ୍ୟୁତ ବିଲ୍ କଟାଯାଉଛି।