ବ୍ରିଟେନ ବୈଜ୍ଞାନିକମାନେ ପ୍ରସ୍ତୁତ କଲେ କରୋନା ଭାଇରସର ଟୀକା, ଚାଲିଛି ମୂଷାମାନଙ୍କ ଉପରେ ପରୀକ୍ଷା

ବ୍ରିଟେନରେ ବୈଜ୍ଞାନିକଙ୍କ ଏକ ଟିମ କରୋନା ଭାଇରସର ଟୀକା ବିକଶିତ କରିବା ସହିତ ଏହାକୁ ଜୀବଜନ୍ତୁଙ୍କ ଉପରେ ପରୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି । ଲଣ୍ଡନର ଇମ୍ପିରିଏଲ କଲେଜର ଗବେଷକଙ୍କ ଲକ୍ଷ୍ୟ ହେଉଛି ଚଳିତ ବର୍ଷ ଏହି ବିଷାକ୍ତ ଜୀବାଣୁଙ୍କ ସଂକ୍ରମଣକୁ ରୋକିବା ସହିତ ଏହାର ପ୍ରଭାବଶାଳୀ ଟୀକା ବିକଶିତ କରିବା ।

ଏହି କଲେଜର ଗବେଷକ Paul McKayଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବ୍ୟାକ୍ଟେରିଆରୁ ପ୍ରସ୍ତୁତ କରିଥିବା ଟିକାକୁ ମୂଷା ମାନଙ୍କଠାରେ ପରିକ୍ଷା କରୁଛୁ । ଆଶା କରୁଛୁ ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ମୁଷାଙ୍କ ରକ୍ତରେ ଥିବା କରୋନା ଭାଇରସ ଉପରେ ଏହାର ପ୍ରତିକ୍ରିୟା ଦେଖାଦେବ ।

ସାରା ଦୁନିଆରେ ବୈଜ୍ଞାନିକମାନେ ଏହି କରୋନା ଭାଇରସଠାରୁ ବଂଚିବା ପାଇଁ ଉପାୟ ଖୋଜିବାରେ ଲାଗିଛନ୍ତି । ତେବେ ଇମ୍ପାରିୟଲ କଲେଜ ଦୁଇ ଦଶକ ପୂର୍ବେ ସାର୍ସ ଭାଇରସ ଉପରେ କରାଯାଇଥିବା ଗବେଷଣା ସଫଳ ହୋଇଥିବାବେଳେ ଏହାକୁ ମଧ୍ୟ ଅତିଶୀଘ୍ର ସଫଳତା ମିଳିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.