Categories: ରାଜ୍ୟ

ଆଜି କାର୍ତ୍ତିକ ପୂର୍ଣ୍ଣିମା, ଆ…କା…ମା…ବୈ… ଶବ୍ଦରେ ଗୁଞ୍ଜରିତ ହେଉଛି ସାରା ପରିବେଶ

ଭୁବନେଶ୍ବର(କେନ୍ୟୁଜ୍) : ଆଜି କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସର ଶେଷ ଦିନ । ପଞ୍ଚୁକ ବ୍ରତର ଶେଷ ଦିନ । ଏହାସହ ବୋଇତ ବନ୍ଦାଣ ବା ଡଙ୍ଗା ଭସା ପରମ୍ପରା ରହିଛି । ଏଥିପାଇଁ ରାଜ୍ୟର ବିଭିନ୍ନ ଜଳାଶୟ ଉତ୍ସବମୁଖରିତ । ପୁରୀ ମହୋଦଧି, ଭୁବନେଶ୍ୱର ବିନ୍ଦୁସାଗର କୂଳ, କଟକର ଗଡ଼ଗଡ଼ିଆ ଘାଟ ଆଜି ପବିତ୍ର ଜଳାଶୟରେ ଲୋକଙ୍କ ଭିଡ଼ ହୋଇଛି । ଆ…କା…ମା… ବୈ.. ଶବ୍ଦରେ ଗୁଞ୍ଜରିତ ହେଉଛି ସାରା ପରିବେଶ ।

ସୁସଜ୍ଜିତ ଡଙ୍ଗାରେ ଘିଅ ଦୀପ ଧୂପ ଜାଳି ପାନ ଗୁଆ ରଖି ବନ୍ଦାପନା କରୁଛନ୍ତି ଶ୍ରଦ୍ଧାଳୁ । ଏହାପରେ ପାଣିରେ ଡଙ୍ଗା ଭସାଇଛନ୍ତି । ପୌରାଣିକ ମତ ଅନୁସାରେ, ଏହି ଦିନ ସାଧବ ପୁଅମାନେ ବୋଇତ ଧରି ବାଣିଜ୍ୟ କରିବାକୁ ବାହାରୁଥିଲେ । ଦରିଆ ପାରି ଜାଭା, ସୁମାତ୍ରା, ବାଲି ଦ୍ୱୀପକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ସେମାନଙ୍କୁ ବନ୍ଦାପନା କରି ମେଲାଣି ଦେଉଥିଲେ ସାଧବାଣୀ । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି ।

KNews Bureau

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

12 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

14 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

18 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

19 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

24 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

32 mins ago