Below header

ଆଜି କାର୍ତ୍ତିକ ପୂର୍ଣ୍ଣିମା, ଆ…କା…ମା…ବୈ… ଶବ୍ଦରେ ଗୁଞ୍ଜରିତ ହେଉଛି ସାରା ପରିବେଶ

ଭୁବନେଶ୍ବର(କେନ୍ୟୁଜ୍) : ଆଜି କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସର ଶେଷ ଦିନ । ପଞ୍ଚୁକ ବ୍ରତର ଶେଷ ଦିନ । ଏହାସହ ବୋଇତ ବନ୍ଦାଣ ବା ଡଙ୍ଗା ଭସା ପରମ୍ପରା ରହିଛି । ଏଥିପାଇଁ ରାଜ୍ୟର ବିଭିନ୍ନ ଜଳାଶୟ ଉତ୍ସବମୁଖରିତ । ପୁରୀ ମହୋଦଧି, ଭୁବନେଶ୍ୱର ବିନ୍ଦୁସାଗର କୂଳ, କଟକର ଗଡ଼ଗଡ଼ିଆ ଘାଟ ଆଜି ପବିତ୍ର ଜଳାଶୟରେ ଲୋକଙ୍କ ଭିଡ଼ ହୋଇଛି । ଆ…କା…ମା… ବୈ.. ଶବ୍ଦରେ ଗୁଞ୍ଜରିତ ହେଉଛି ସାରା ପରିବେଶ ।

karସୁସଜ୍ଜିତ ଡଙ୍ଗାରେ ଘିଅ ଦୀପ ଧୂପ ଜାଳି ପାନ ଗୁଆ ରଖି ବନ୍ଦାପନା କରୁଛନ୍ତି ଶ୍ରଦ୍ଧାଳୁ । ଏହାପରେ ପାଣିରେ ଡଙ୍ଗା ଭସାଇଛନ୍ତି । ପୌରାଣିକ ମତ ଅନୁସାରେ, ଏହି ଦିନ ସାଧବ ପୁଅମାନେ ବୋଇତ ଧରି ବାଣିଜ୍ୟ କରିବାକୁ ବାହାରୁଥିଲେ । ଦରିଆ ପାରି ଜାଭା, ସୁମାତ୍ରା, ବାଲି ଦ୍ୱୀପକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ସେମାନଙ୍କୁ ବନ୍ଦାପନା କରି ମେଲାଣି ଦେଉଥିଲେ ସାଧବାଣୀ । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.