ଆସନ୍ତା ୨୭ରେ ବିଜେପିରେ ଯୋଗ ଦେବେ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ବିଜେପି ତରଫରୁ ଦିଆଯାଇଛି ସୂଚନା

ଭୁବନେଶ୍ବର(କେନ୍ୟୁଜ୍): ବିଜେପିରେ ଯୋଗଦେବେ ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ୨୭ରେ ଦିଲ୍ଲୀରେ ବିଜେପିରେ ଯୋଗଦେବେ । ସେହିପରି ଆସନ୍ତା ୨୮ରେ ଓଡିଶା ଅପରାଜିତା ଆସିବେ । ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଗତ ସେପ୍ଟେମ୍ବରରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଓଡ଼ିଶା ସରକାରଙ୍କ ନିକଟରେ ଆବେଦନ କରିଥିଲେ ୧୯୯୪ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ । ଏହାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଅନୁମୋଦନ କରି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ ।

aparajia ଗତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାଜିତାଙ୍କ ଭିଆର୍‌ଏସ୍‌ ସୁପାରିସରେ ମୋହର ମାରିଥିଲେ । ସେହିପରି ଭୁବନେଶ୍ୱର ନୟାପଲ୍ଲୀ ଏନ-୩ /୭୭ରେ ତାଙ୍କର କାର୍ଯ୍ଯାଳୟ ବି ଖୋଲିବା ପରେ ରାଜନୀତିରେ ଯୋଗଦାନ ନେଇ ଚର୍ଚ୍ଚା ଯୋର ଧରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.