Categories: ରାଜ୍ୟ

ହାଇକୋର୍ଟରେ କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ମାମଲାର ଶୁଣାଣି,ହାଜର ହେଲେ ASI ଡିଜି ଓ ADG ASI

କେନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ମାମଲାର ଶୁଣାଣି । ହାଜର ହେଲେ ASI ଡିଜି ଓ ADG ASI । ଆଜି ସେମାନଙ୍କୁ ହାଜର ହେବାକୁ ଗତ ୧୭ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଐତିହ୍ୟ ସମ୍ପନ୍ନ ଏହି ଦୁଇଚି ମନ୍ଦିରର ମରାମତି ଓ ସଂରକ୍ଷଣ ସଠିକ ଭାବରେ ହେଉ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ। ୪ ମାସ ଭିତରେ ମରାମତି କାମ ସାରିବା ପାଇଁ ଏଏସ୍‌ଆଇ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ଓ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିରର ମରାମତି କାମ ଶେଷ ହୋଇଥିବା ବେଳେ ୪ ମାସ ଭିତରେ ନାଟ ମଣ୍ଡପର କାମ ଶେଷ ହେବ ବୋଲି କୋର୍ଟଙ୍କୁ ଅବଗତ କରାଇଛନ୍ତି

ମନ୍ଦିର କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ମାମଲାର ପୂର୍ବ ଶୁଣାଣିରେ ହାଇକୋର୍ଟରେ ହାଜର ହୋଇଥିଲେ ASI ସୁପରିଣ୍ଟେଣ୍ଡେଣ୍ଟ। ହାଇକୋର୍ଟରେ କୋଣାର୍କ ସୁରକ୍ଷା ମାମଲାରେ ସୂର୍ଯ୍ୟ ମନ୍ଦିରର ପୁନଃ ନିର୍ମାଣ ପାଇଁ ଆବେଦନ କରି ଦିଲ୍ଲୀପ ମହାପାତ୍ର ଏକ ପିଟିସନ ଦାୟର କରିଛନ୍ତି । ଏହାସହ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତିକୁ କୋଣାର୍କ ସ୍ଥାନାନ୍ତର କରି ସେଠାରେ ପୂଜାର୍ଚ୍ଚନା କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସେ ଆବେଦନରେ ଦର୍ଶାଇଛନ୍ତି । … ଲଣ୍ଡନର ବ୍ରିଟିଶ ମ୍ୟୁଜିମୟରେ ରହିଛି ନବଗ୍ରହ ମୂର୍ତ୍ତି। ୧୮୭୨ ମସିହାରେ ଏହି ମୂର୍ତ୍ତିକୁ ବ୍ରିଟିଶ ମ୍ୟୁଜିୟମକୁ ନିଆଯାଇଥିଲା। ଜନ ବ୍ରିଜ ନାମକ ଇଂଲଣ୍ଡ ବାସିନ୍ଦାଙ୍କ ସଂପର୍କୀୟ ମାନେ ମୂର୍ତ୍ତିକୁ ବ୍ରିଟିଶ ମ୍ୟୁଜିୟମକୁ ଦାନ କରିଥିବା ମ୍ୟୁଜିୟମ କାଗଜପତ୍ରରେ ଉଲ୍ଲେଖ ରହିଛି।

KNews Bureau

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

3 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

33 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

40 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago