Categories: ରାଜ୍ୟ

ଆଜି ନେତାଜୀ ଜୟନ୍ତୀ, କଟକ ଯାଇ ତାଙ୍କ ସଂଗ୍ରାହଳୟକୁ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ

କଟକ: ଆଜି ନେତାଜୀ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳ କଟକ ଓଡିଆ ବଜାରଠାରେ ଥିବା ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ।  ଏହି ଅବସରରେ ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନେତାଜୀଙ୍କ ଜୟନ୍ତୀ ଅବସରେ ନେତାଜୀ ଜନ୍ମସ୍ଥାନରେ ଥିବା ସଂଗ୍ରାହଳୟକୁ ବୁଲିବେ । ନେତାଜୀ ଜୟନ୍ତୀ ପାଇଁ ବେଶ୍ ଚଳଚଞ୍ଚଳ କଟକ ଓଡିଆ ବଜାରଠାରେ ଥିବା ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ । ଚଳିତ ବର୍ଷ ନୂଆକରି ଦେଖିବାକୁ ମିଳିବ ରୋଜ୍ କର୍ଣ୍ଣର ବା ଗୋଲାପ ବଗିଚା । ନେତାଜୀଙ୍କ ଦ୍ୱାରା ଗଠନ କରାଯାଇଥିବା ଆଇଏନ୍‌ଏର ଓଡିଆ ସଦସ୍ୟଙ୍କ ଫଟୋଚିତ୍ରକୁ ନେଇ ଏକ ସ୍ୱତନ୍ତ୍ର ଆଲବମ୍ ଓ ଆଧ୍ୟାତ୍ମିକ ଜୀବନ ଉପରେ ଆଧାରିତ କିଛି ନୂଆ ଜିନିଷ ଦର୍ଶକ ଦେଖିବାକୁ ପାଇବେ ।

ଏହା ପରେ ମୁଖ୍ୟମନ୍ତ୍ରୀ SCB ମେଡିକାଲ ଓ କଲେଜକୁ ବିଶ୍ୱସ୍ତରୀୟ କରିବାକୁ ହେଉଥିବା ଯୋଜନାର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ସମୀକ୍ଷା ପରେ ଆରମ୍ଭ ହେବ ଜମି ଅଧିଗ୍ରହଣ କାମ । ୨୫ ଏକର ଜମି ଅଧିଗ୍ରହଣ ହେବ । ଫେବ୍ରୁଆରୀ ୨୮ ସୁଦ୍ଧା ଅଧିଗ୍ରହଣ କାମ ସରିବ । ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ନିର୍ମାଣ କାମ । ଆବଶ୍ୟକ ପଡୁଥିବା ଜମି ଲାଗି ଡାକ୍ତରଖାନା ନିକଟରେ ଥିବା ଜଳ ସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର କିଛି ସ୍ଥାନ ଅଧିଗ୍ରହଣ ହେବ । କିଛି କର୍ମଚାରୀ ଓ ଡାକ୍ତରଙ୍କ ସରକାରୀ ଘର ମଧ୍ୟ ହଟିବ । ସେମାନଙ୍କୁ ଅନ୍ୟତ୍ର ରଖିବାର ବ୍ୟବସ୍ଥା ହେବ । ଅନ୍ୟ କ୍ଷତିଗ୍ରସ୍ତ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯିବ । ସେହିପରି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ତିନି ଲେନ କରାଯିବ ସହ ଦୁଇଟି ଓଭର ବ୍ରିଜ ନିର୍ମାଣ କରାଯିବ । ଗତ ନଭେମ୍ବର ମାସରେ ଏସ୍‌ସିବିକୁ ବିଶ୍ୱସ୍ତରୀୟ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

KNews Bureau

Recent Posts

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

31 mins ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

39 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

53 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

1 hour ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

1 hour ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

1 hour ago