ଆଜି ନେତାଜୀ ଜୟନ୍ତୀ, କଟକ ଯାଇ ତାଙ୍କ ସଂଗ୍ରାହଳୟକୁ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ

କଟକ: ଆଜି ନେତାଜୀ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳ କଟକ ଓଡିଆ ବଜାରଠାରେ ଥିବା ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ।  ଏହି ଅବସରରେ ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନେତାଜୀଙ୍କ ଜୟନ୍ତୀ ଅବସରେ ନେତାଜୀ ଜନ୍ମସ୍ଥାନରେ ଥିବା ସଂଗ୍ରାହଳୟକୁ ବୁଲିବେ । ନେତାଜୀ ଜୟନ୍ତୀ ପାଇଁ ବେଶ୍ ଚଳଚଞ୍ଚଳ କଟକ ଓଡିଆ ବଜାରଠାରେ ଥିବା ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ । ଚଳିତ ବର୍ଷ ନୂଆକରି ଦେଖିବାକୁ ମିଳିବ ରୋଜ୍ କର୍ଣ୍ଣର ବା ଗୋଲାପ ବଗିଚା । ନେତାଜୀଙ୍କ ଦ୍ୱାରା ଗଠନ କରାଯାଇଥିବା ଆଇଏନ୍‌ଏର ଓଡିଆ ସଦସ୍ୟଙ୍କ ଫଟୋଚିତ୍ରକୁ ନେଇ ଏକ ସ୍ୱତନ୍ତ୍ର ଆଲବମ୍ ଓ ଆଧ୍ୟାତ୍ମିକ ଜୀବନ ଉପରେ ଆଧାରିତ କିଛି ନୂଆ ଜିନିଷ ଦର୍ଶକ ଦେଖିବାକୁ ପାଇବେ ।

naveen patnaikଏହା ପରେ ମୁଖ୍ୟମନ୍ତ୍ରୀ SCB ମେଡିକାଲ ଓ କଲେଜକୁ ବିଶ୍ୱସ୍ତରୀୟ କରିବାକୁ ହେଉଥିବା ଯୋଜନାର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ସମୀକ୍ଷା ପରେ ଆରମ୍ଭ ହେବ ଜମି ଅଧିଗ୍ରହଣ କାମ । ୨୫ ଏକର ଜମି ଅଧିଗ୍ରହଣ ହେବ । ଫେବ୍ରୁଆରୀ ୨୮ ସୁଦ୍ଧା ଅଧିଗ୍ରହଣ କାମ ସରିବ । ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ନିର୍ମାଣ କାମ । ଆବଶ୍ୟକ ପଡୁଥିବା ଜମି ଲାଗି ଡାକ୍ତରଖାନା ନିକଟରେ ଥିବା ଜଳ ସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର କିଛି ସ୍ଥାନ ଅଧିଗ୍ରହଣ ହେବ । କିଛି କର୍ମଚାରୀ ଓ ଡାକ୍ତରଙ୍କ ସରକାରୀ ଘର ମଧ୍ୟ ହଟିବ । ସେମାନଙ୍କୁ ଅନ୍ୟତ୍ର ରଖିବାର ବ୍ୟବସ୍ଥା ହେବ । ଅନ୍ୟ କ୍ଷତିଗ୍ରସ୍ତ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯିବ । ସେହିପରି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ତିନି ଲେନ କରାଯିବ ସହ ଦୁଇଟି ଓଭର ବ୍ରିଜ ନିର୍ମାଣ କରାଯିବ । ଗତ ନଭେମ୍ବର ମାସରେ ଏସ୍‌ସିବିକୁ ବିଶ୍ୱସ୍ତରୀୟ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.