Below header

ମଇଁଷିକୁ ଆକ୍ରମଣ କଲା ସିଂହ, ବଞ୍ଚାଇବାକୁ ଆସିଗଲେ ମଇଁଷିଙ୍କ ପୂରା ଦଳ… ଦେଖନ୍ତୁ ଲଢ଼େଇ ବେଳର ସମ୍ପୂର୍ଣ୍ଣ ଭିଡିଓ

ସୋସିଆଲ ମିଡିଆରେ ଜଙ୍ଗଲ ଭିତରର ଏକ ଭିଡିଓ ତୀବ୍ର ବେଗରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସମାନେ ଏହାକୁ ପ୍ରବଳ ସେୟାର ମଧ୍ୟ କରୁଛନ୍ତି। ଭିଡିଓରେ ଏକତାର ବଳ ଦେଖିବାକୁ ମିଳିଛି। କିପରି ଗୋଟିଏ ସିଂହକୁ ମଇଁଷିଙ୍କ ଦଳ ଡରାଇ ଦେଇଛନ୍ତି, ତାହାକୁ ଭିଡିଓରେ ଦେଖିବାକୁ ମିଳିଛି।

 ଦେଖନ୍ତୁ ଭିଡିଓ:

Video Courtesy: Fine Fashion Facebook page

ଭିଡିଓରେ ଦେଖାଯାଇଛି ଯେ ଗୋଟିଏ ମଇଁଷିକୁ ଦୁଇଟି ସିଂହ ଆକ୍ରମଣ କରିଥିଲେ। ମଇଁଷିଟି ଜୀବନ ବିକଳରେ ଚିତ୍କାର କରୁଥିବା ବେଳେ ଦୂରରେ ଥିବା ମଇଁଷି ପଲ ସିଂହର ଏହି କାରିନାମାକୁ ଦେଖୁଥିଲେ। ହଠାତ୍‌ ସିଂହଟି ମଇଁଷି ଉପରକୁ ଚଢ଼ି ତାକୁ ଖାଇବାକୁ ଲାଗିବାରୁ ମଇଁଷିଙ୍କ ପୂରା ଦଳ ସେଠାକୁ ଆସିଯାଇଥିଲା। ଏତେ ସଂଖ୍ୟାରେ ମଇଁଷିଙ୍କୁ ଦେଖି ସିଂହ ଭୟରେ ମଇଁଷିକୁ ଛାଡ଼ି ଦୌଡ଼ି ପଳାଉଛି।

lion2

ଏହି ଭିଡିଓକୁ ପ୍ରଥମେ ଫେସ୍‌ବୁକ୍‌ରେ ସେୟାର କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୫.୫ ମିଲିୟନ୍‌ ଥର ଦେଖାସରିଲାଣି। ଏଥିସହ ୨ ହଜାରରୁ ଊର୍ଦ୍ଧ୍ୱ ସେୟାର ଓ ୫୦ ହଜାରରୁ ଊର୍ଦ୍ଧ୍ୱ କମେଣ୍ଟ ମିଳିଛି। ଲୋକମାନେ ମଇଁଷିଙ୍କ ଏକତାକୁ ପ୍ରଶଂସା କରୁଥିବା ଦେଖାଯାଇଛି।

ଜଣେ ୟୁଜର ଲେଖିଛନ୍ତି ଏହି ପଶୁମାନଙ୍କ ଠାରୁ ଏକତା କେତେ ବଡ଼ ଶକ୍ତି ତାହା ଶିକ୍ଷା କରିବା ଦରକାର। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ନିଜ ସାଙ୍ଗକୁ ଶତ୍ରୁ କବଳରୁ ରକ୍ଷା କରିବାକୁ ମଇଁଷିମାନଙ୍କ ସର୍ଦ୍ଦାର ବଢ଼ିଆ ଷ୍ଟ୍ରାଟାର୍ଜିକ୍‌ ଆପଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.