ଆଜିଠୁ ଇକୋ ରିଟ୍ରିଟ୍‌ରେ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ, ସାମିଲ ହେବେ ବିଭିନ୍ନ ରାଜ୍ୟର ସଂସ୍କୃତି ମନ୍ତ୍ରୀ ଓ ସଚିବ

ପୁରୀ: ପୁରୀ ମେରାଇନ ଡ୍ରାଇଭରେ ଚାଲିଥିବା ଇକୋ ରିଟ୍ରିଟ୍‌ରେ ଆଜିଠାରୁ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ । ଇକୋ ରିଟ୍ରିଟ୍‌ର ଆତିଥ୍ୟରେ ସାମିଲ ହେବେ ବିଭିନ୍ନ ରାଜ୍ୟର ସଂସ୍କୃତି ମନ୍ତ୍ରୀ ଓ ସଂସ୍କୃତି ସଚିବ । ସେମାନେ ଦେଖିବେ ଓଡ଼ିଶା ବେଳାଭୂମିରେ ପଞ୍ଚ ତାରକା ହୋଟେଲର ସୁବିଧା । ଏତେବଡ ଆୟୋଜନ କିଭଳି ସଫଳ ହୋଇଛି, ତାକୁ ପରଖିବେ ମନ୍ତ୍ରୀ ଓ ସଚିବ । ଚନ୍ଦ୍ରଭାଗା ରାମଚଣ୍ଡୀ ବେଳାଭୂମୀରେ ଚାଲିଥିବା ଇକୋ ରିଟ୍ରିଟ୍‌ରେ ଆଜି ଓ କାଲି ଦୁଇ ଦିନ ସମ୍ମିଳନୀ ହେବ । ଏଥିରେ ବିଭିନ୍ନ ରାଜ୍ୟର ମନ୍ତ୍ରୀ ଓ ସଚିବ ମାନଙ୍କୁ ଡକାଯାଇଛି । ସେମାନେ ମଧ୍ୟ ଏଥିରେ ଯୋଗଦେବେ ବୋଲି ସହମତି ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.