ଆଜି ଦେଶ ବ୍ୟାପୀ ପାଳିତ ହେଉଛି ନେତାଜୀଙ୍କ ୧୨୩ତମ ଜୟନ୍ତୀ

ଆଜି ଦେଶବ୍ୟାପୀ ନେତାଜୀଙ୍କ ୧୨୩ ତମ ଜନ୍ମ ଦିବସ ପାଳିତ ହେଉଛି । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ହେବା ସହ ଏକାଧାରରେ ଥିଲେ ଜଣେ ଦକ୍ଷ ରାଜନୀତିଜ୍ଞ, ସାମ୍ବାଦିକ, ଭାଷାବିତ ତଥା ନିର୍ଭିକ ସେନା ଅଧିକାରୀ । ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ତାଙ୍କର ଖୁବ ଦକ୍ଷତା ଥିଲା । ତାଙ୍କରି ଅଦମ୍ୟ ପ୍ରଚେଷ୍ଟାରେ ପ୍ରକାଶ ପାଇଥିଲା ” ସ୍ୱରାଜ’ ଖବରକାଗଜ । ପରବର୍ତ୍ତୀ ସମୟରେ ତାଙ୍କ ଗୁରୁ ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ପ୍ରକାଶିତ ”ଫରୱାର୍ଡ଼” ସମ୍ବାଦ ପତ୍ରର ସମ୍ପାଦକ ହୋଇପାରିଥିଲେ । ସୁବାସ ହିଁ ହିନ୍ଦୁସ୍ଥାନୀ ଭାଷାକୁ ଜାତୀୟ ଭାଷାର ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଦେଇଥିଲେ ।

netaji

୧୯୨୦ ରୁ ୧୯୩୪ ପର୍ଯ୍ୟନ୍ତର ସ୍ୱାଧୀନତା ସଂଗ୍ରାମ ଘଟଣାକୁ ନେଇ ରଚନା କରିଥିଲେ ”ଇଣ୍ଡିଆନ ଷ୍ଟ୍ରଗଲ” । ବୋଷଙ୍କ ଗଠିତ ”ଆଜାଦ ହିନ୍ଦ” ନିଜର ଏକ ସ୍ୱତନ୍ତ୍ର ମୁଦ୍ରା, ପୋଷ୍ଟାଲ ଷ୍ଟାମ୍ପ, ନାଗରିକତା ଆଇନ ପ୍ରତିଷ୍ଠା କରିଥିଲା । କିନ୍ତୁ ଅନ୍ୟ ପକ୍ଷରେ ନେତାଜୀଙ୍କ ମୃତ୍ୟୁ ଏବେବି ଏକ ବିରାଟ ରହସ୍ୟ ହୋଇ ରହିଯାଇଛି । କୁହାଯାଏ କି ୧୯୪୫ ମସିହା ଅଗଷ୍ଟ ମାସ ୧୮ ତାରିଖରେ ଜାପାନ ଅଭିମୁଖେ ଯାଉଥିବା ସମୟରେ ହିଁ ତାଇୱାନ ଠାରେ ତାଙ୍କ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଅବଶ୍ୟ ତାଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ ତଥା ସମର୍ଥକ ମାନେ ଦୀର୍ଘ ଦିନ ଯାଏଁ ଏହି ସମ୍ବାଦକୁ ସହଜରେ ଗ୍ରହଣ କରି ପାରିନଥିଲେ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ୧୯୫୬ର ଶାହନୱାଜ କମିଟି ଓ ୧୯୭୦ ମସିହାର ଖୋସଲା କମିଶନର ତଥ୍ୟ ଆଧାରରେ ଏହାକୁ ସ୍ୱୀକାର କରିଛନ୍ତି ।

netaji

ଜାପାନ ରାଜଧାନୀ ଟୋକିଓର ରେଂକୋଜୀ ମନ୍ଦିରରେ ନେତାଜୀଙ୍କ ଚିତାଭସ୍ମ ରହିଥିବା ନେଇ ନିକଟରେ ଏକ ଖବର ପ୍ରକାଶ ପାଇଥିଲା । ଏହାକୁ ଫେରେଇ ଆଣିବା ଆଣିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜରିଆରେ ଜାପାନ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି କହିଥିଲେ ନେତାଜୀଙ୍କ ସମ୍ପର୍କୀୟ ନାତି ଚନ୍ଦ୍ର ବୋଷ । ନାତିଙ୍କ ସମେତ ପରିବାରର ଅନ୍ୟ ୩୫ ଜଣ ସଦସ୍ୟ ଡିଏନଏ ପରୀକ୍ଷା ପାଇଁ ସହମତି ପ୍ରକାଶ କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.