Categories: ରାଜ୍ୟ

ଆଜିଠାରୁ ଆରମ୍ଭ ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ଜାତୀୟ କାର୍ଯ୍ଯକାରିଣୀ, ଉଦ୍‌ଘାଟନ କରିବେ ଅମିତ୍ ଶାହ

ପୁରୀ(କେନ୍ଯୁଜ୍) : ଆଜିଠୁ ପୁରୀରେ ଆରମ୍ଭ ହେବ ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ଜାତୀୟ କାର୍ଯ୍ଯକାରିଣୀ । ଏହାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଉଦ୍‌ଘାଟନ କରିବାର କାର୍ଯ୍ଯକ୍ରମ ରହିଛି । ଏଥିପାଇଁ ଶାହ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ।  ୧୨ଟାରେ ଅମିତ ଶାହ ପୁରୀରେ ପହଞ୍ଚି ଶରଧାବାଲିରେ ଆୟୋଜିତ ମହିଳା କାର୍ଯ୍ଯକାରିଣୀ ସମାବେଶରେ ଯୋଗଦେବେ। ଜାତୀୟ କାର୍ଯ୍ଯକାରିଣୀରେ କେବଳ ରାଜ୍ୟରୁ ୮ ହଜାର କର୍ମୀ ଯୋଗ ଦେବେ।

ସେହିପରି ବାହାର ରାଜ୍ୟରୁ ଆସିବେ ପ୍ରାୟ ୨ଶହ ପଦାଧିକାରୀ। ଏଥର ଜାତୀୟ କାର୍ଯ୍ଯକାରିଣୀରେ ରାଜନୈତିକ, କେନ୍ଦ୍ର ସରକାରଙ୍କ ମହିଳାଙ୍କ  ପାଇଁ ଥିବା ଯୋଜନା ଓ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ, ଏପରି ତିନିଟି ପ୍ରସ୍ତାବ ଆଗତ ହେବ । କାର୍ଯ୍ଯକାରିଣୀ ପୂର୍ବରୁ ଗତକାଲି ପଦାଧିକାରୀଙ୍କ ବୈଠକ ବସିଥିଲା । ଏହି କାର୍ଯ୍ଯକାରିଣୀରେ ଓଡ଼ିଶାକୁ ଫୋକସ୍‌ କରିଛି ଦଳ ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

8 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

8 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

12 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

35 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

43 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

49 mins ago