Below header

ଆଜିଠାରୁ ଆରମ୍ଭ ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ଜାତୀୟ କାର୍ଯ୍ଯକାରିଣୀ, ଉଦ୍‌ଘାଟନ କରିବେ ଅମିତ୍ ଶାହ

ପୁରୀ(କେନ୍ଯୁଜ୍) : ଆଜିଠୁ ପୁରୀରେ ଆରମ୍ଭ ହେବ ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ଜାତୀୟ କାର୍ଯ୍ଯକାରିଣୀ । ଏହାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଉଦ୍‌ଘାଟନ କରିବାର କାର୍ଯ୍ଯକ୍ରମ ରହିଛି । ଏଥିପାଇଁ ଶାହ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ।  ୧୨ଟାରେ ଅମିତ ଶାହ ପୁରୀରେ ପହଞ୍ଚି ଶରଧାବାଲିରେ ଆୟୋଜିତ ମହିଳା କାର୍ଯ୍ଯକାରିଣୀ ସମାବେଶରେ ଯୋଗଦେବେ। ଜାତୀୟ କାର୍ଯ୍ଯକାରିଣୀରେ କେବଳ ରାଜ୍ୟରୁ ୮ ହଜାର କର୍ମୀ ଯୋଗ ଦେବେ।

amitସେହିପରି ବାହାର ରାଜ୍ୟରୁ ଆସିବେ ପ୍ରାୟ ୨ଶହ ପଦାଧିକାରୀ। ଏଥର ଜାତୀୟ କାର୍ଯ୍ଯକାରିଣୀରେ ରାଜନୈତିକ, କେନ୍ଦ୍ର ସରକାରଙ୍କ ମହିଳାଙ୍କ  ପାଇଁ ଥିବା ଯୋଜନା ଓ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ, ଏପରି ତିନିଟି ପ୍ରସ୍ତାବ ଆଗତ ହେବ । କାର୍ଯ୍ଯକାରିଣୀ ପୂର୍ବରୁ ଗତକାଲି ପଦାଧିକାରୀଙ୍କ ବୈଠକ ବସିଥିଲା । ଏହି କାର୍ଯ୍ଯକାରିଣୀରେ ଓଡ଼ିଶାକୁ ଫୋକସ୍‌ କରିଛି ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.