ଶ୍ରୀମନ୍ଦିର ସୁରକ୍ଷା ନେଇ ଆଜି ଅନୁଧ୍ୟାନ କରିବ ଏନ୍‌ଏସ୍‌ଜି ଟିମ୍‌

ପୁରୀ (କେନ୍ଯୁଜ୍) : ଆଜିଠାରୁ ଦୁଇ ଦିନ ଧରି ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ ହେବ । ଏନଏସ୍‌ଜିର ୩ ଜଣିଆ ଟିମ୍‌ ଯାଞ୍ଚ କରିବେ । ମନ୍ଦିର ଭିତର ଓ ବାହାର ସୁରକ୍ଷା ନେଇ ଅନୁଧ୍ୟାନ କରିବ ଏନ୍‌ଏସ୍‌ଜି ଟିମ୍‌ । ଆଜି ଏହି ଟିମ୍‌ ପୁରୀରେ ପହଞ୍ଚିବେ । ପୂର୍ବରୁ ଏନ୍‌ଏସ୍‌ଜି ଏକ ଟିମ୍‌ ଭୁବନେଶ୍ୱର ଆସି କମିଶନରେଟ୍‌ ପୋଲିସ ସହ ଆଲୋଚନା କରିଥିଲେ । ବିଶେଷକରି ବିମାନବନ୍ଦର, ରେଳ ଷ୍ଟେସନ, ହୋଟେଲ, ସଚିବାଳୟ ଆଦି ସ୍ଥାନରେ କିଭଳି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ, ସେନେଇ ଆଲୋଚନା କରାଯାଇଥିଲା । ୨୦୧୭ରେ ମଧ୍ୟ ଏନ୍‌ଏସ୍‌ଜିର ଏକ ପ୍ରତିନିଧି ଦଳ ଶ୍ରୀମନ୍ଦିରର ଯାଞ୍ଚ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.