Below header

ଅଡିଓ ଟେପ୍‌ ଜାରି କଲେ ମାଓନେତା କୈଳାସ, ଟାର୍ଗେଟରେ ରାଜ୍ଯ ସରକାର

ମାଲକାନଗିରି(କେନ୍ଯୁଜ୍) : ଅଡିଓ ଟେପ୍‌ ଜାରି କଲେ ମାଓନେତା କୈଳାସ। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ସେ ଏହି ଅଡିଓ ଟେପ୍‌  ଜାରି କରିଛନ୍ତି। ଡାଏ ପ୍ରଭାବରେ ମାଲକାନିଗିରି ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ସ୍ଥିତି। ସେଥିପାଇଁ ବାଲିମେଳା ଜଳଭଣ୍ଡାରରୁ ତୁରନ୍ତ ପାଣି ନିଷ୍କାସନ ପାଇଁ ଅଡିଓ ଟେପ୍‌ ମାଧ୍ୟମରେ ଦାବି କରାଯାଇଛି। ନଚେତ୍‌  ପରିସ୍ଥିତି ଭୟାବହ ହେବ ବୋଲି କୁହାଯଇଛି ।

mao1ଲଗାଣ ବର୍ଷାରେ ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ପଶି ଫସଲ ସବୁ କ୍ଷତି ହୋଇଛି ଏହାସହ ଅନେକ ଗାଇଗୋରୁଙ୍କ ଜୀବନ ମଧ୍ୟ ଯାଇଛି। ତେଣୁ ତୁରନ୍ତ ବନ୍ୟା ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଦେବାପାଇଁ ଦାବି ହୋଇଛି। ସେହିପରି ଗୁରୁପ୍ରିୟା ସେତୁ ନିର୍ମାଣ ଯୋଗୁଁ ବିଛିନ୍ନାଞ୍ଚଳରେ ଅନେକ କ୍ଷତି ହୋଇଥିବା ଅଡିଓ ଟେପ୍ ରେ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.