ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ମାମଲା, ଆଜି ବୈଜୟନ୍ତ ପଣ୍ଡାଙ୍କୁ ହାଜର ହେବା ପାଇଁ ଡିଜିସିଏର ନୋଟିସ୍

ପୁରୀ(କେନ୍ଯୁଜ୍) : ଚିଲିକା ଉପରେ ବିପଜ୍ଜନକ ଓ ବେଆଇନ ହେଲିକପ୍ଟର ଉଡ଼ାଣ ମାମଲାରେ ବୈଜୟନ୍ତ ପଣ୍ଡାଙ୍କୁ ଆଜି ହାଜର ହେବା ପାଇଁ ନୋଟିସ କରିଛି ବେସାମାରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-ଡିଜିସିଏ । ଆଜି ଅପରାହ୍ନ ୩ଟାରେ ଦିଲ୍ଲୀ ସ୍ଥିତ ଡିଜିସିଏ କାଯ୍ଯର୍ଯ୍ଯାଳୟରେ ହାଜିର ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପୁରୀର ଭଏସ ଅଫ କମନମ୍ୟାନ ଅନୁଷ୍ଠାନ ପକ୍ଷରୁ ଅଭିଯୋଗ ହୋଇଥିଲା । ସମ୍ବେଦନଶୀଳ ଅଞ୍ଚଳରେ କମ୍‌ ଉଚ୍ଚତାରେ ହେଲିକପ୍ଟର ଉଡ଼ାଣ ଯୋଗୁଁ ପାଇଲଟ ଲାଇସେନ୍ସ ବାତିଲ ପାଇଁ ଅନୁରୋଧ କରାଯାଇଥିଲା । ଏହାପରେ ବୈଜୟନ୍ତ ଓ କ୍ରିଉ ମେମ୍ବରଙ୍କୁ ଜବାବ ତଲବ କରିଛନ୍ତି ଡିଜିସିଏ ।

heliଚିଲିକାରେ ବେଆଇନ ଉଡ଼ାଣ ମାମଲାରେ ଇମ୍ଫାର ହେଲିକପ୍ଟରକୁ ଜବତ କରିଥିଲା ପୋଲିସ । ସେହିପରି ଇମ୍ଫାର ସିଭିଲ ଆଭିଏସନ୍‌ ମ୍ୟାନେଜର ହିମାଂଶୁ ମହାପାତ୍ର, ଲିଗାଲ ଆଡଭାଇଜର ସୁଭେନ୍ଦୁ ମହାପାତ୍ରଙ୍କ ସହ ଅନ୍ୟ ୩ଜଣଙ୍କୁ ପୁରୀ ସଦର ଥାନାରେ ଜେରା କରାଯାଇଥିଲା ।

thanaସେହିପରି ଅରଖକୁଦା ଥାନାରେ ରୁଜୁ ମାମଲାରେ ବୈଜୟନ୍ତ ଓ ତାଙ୍କ ସହଯାତ୍ରୀଙ୍କୁ ଆଜି ପୁରୀ ସଦର ଥାନରେ ହାଜର ପାଇଁ କୁହାଯାଇଥିଲା । ତେବେ ଏଥିପାଇଁ ବୈଜୟନ୍ତ ୪ ସପ୍ତାହ ସମୟ ମାଗିଛନ୍ତି । ଚିଲିକାରେ ବେଆଇନ ଉଡ଼ାଣ ନେଇ ତଦନ୍ତ ପାଇଁ ଇମ୍ଫା ହେଲିକପ୍ଟର ବ୍ଲାକ୍‌ ବକ୍ସ ଡିଜିସିଏଙ୍କୁ ଦିଆଯାଇଛି।

Leave A Reply

Your email address will not be published.