ଵଲାଙ୍ଗିର (କେନ୍ୟୁଜ୍) : ପୁଣି ଥରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ଆଜି ଵଲାଙ୍ଗିରରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ଵଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁଡାର ବଡ଼ଖଲା, କୁମୁରିଆର ସାନଖଳା ଓ ନୂଆଁଖଳାରେ ପରମ୍ପରା ରୀତିନୀତିରେ ଆଦିବାସୀ ମାନେ ଶୁଲିଆ ଯାତ୍ରା ପାଳନ କରିବେ ।
ପରମ୍ପରା ନାଁ ରେ ପୁଣି ଥରେ ବଳି ପ୍ରଥା ଜାରି ରଖିବେ ଆଦିବାସୀ । ପୁଣି ଥରେ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ। କିଛି ବର୍ଷ ଧରି ବଳି ବନ୍ଦ କରିବାକୁ ଵଲାଙ୍ଗିର ପୋଲିସ ପଦକ୍ଷେପ ନେଇଥିଲେ ବି ସଫଳ ମିଳି ନଥିଲା। ଏବେ ଆଉ ଆଦିବାସୀ ଙ୍କ ପରମ୍ପରାରେ ହସ୍ତକ୍ଷେପ କରୁନାହିଁ ଵଲାଙ୍ଗିର ପୋଲିସ । ଫଳରେ ବଳି ପ୍ରଥା ଉପରେ କଟକଣା ନାହିଁ । କେବଳ ଶାନ୍ତି ଶୃଙ୍ଖଳା ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ , ୪୦ ଜଣ ହୋମଗାର୍ଡ , ୧୫ ଜଣ ପୋଲିସ ଅଧିକାରୀ ଓ ୩ ଜଣ ମାଜିଷ୍ଟ୍ରେଟ ମୁତୟନ ହୋଇଛନ୍ତି । ଗତ ରାତିରେ ନିଶି ପୂଜା ସରିଥିବା ବେଳେ ଆଜି ବଳି ପ୍ରଥା ଜାରି ରହିବ। ଆଉ ପୁଣି ଥରେ ରକ୍ତ ରଞ୍ଜିତ ହେବ ସୁଲିଆ ମାଟି ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…