Categories: ରାଜ୍ୟ

ବେଆଇନ୍ ଖଣି ଖନନ ମାମଲା, ଆଜି ସୁପ୍ରିମକୋର୍ଟରେ ଜବାବ ରଖିବେ ସରକାର

ଭୁବନେଶ୍ବର(କେନ୍ଯୁଜ୍): ଆଇନ ଖଣି ଖନନ ନେଇ ଆଜି ସୁପ୍ରିମକୋର୍ଟରେ ରହିଛି ଶୁଣାଣି । କ୍ଷତିପୂରଣ ଆଦାୟ ଓ କ୍ଷତିପୂରଣ ଦେଇ ନଥିବା ଖଣି ମାଲିକଙ୍କ ବିରୋଧରେ ହୋଇଥିବା କାର୍ଯ୍ଯନୁଷ୍ଠାନ ସମ୍ପର୍କରେ ନିଜ ଉତ୍ତର ରଖିବେ ରାଜ୍ୟ ସରାକାର । ବର୍ତ୍ତମାନ କ୍ଷତିପୂରଣ ଦେଇ ଥିବା ଖଣି ଲିଜ୍‌ଧାରୀଙ୍କ ବିରୋଧରେ ସାର୍ଟିଫିକେଟ୍‌ କେସ୍ ଚାଲିଛି । ବେଆଇନ ଖଣି ଖନନ ଉପରେ ଗତବର୍ଷ ଅଗଷ୍ଟ ୨ ତାରିଖରେ କ୍ଷତିପୂରଣ ଆଦାୟ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା। ଡେଡ୍‌ ଲାଇନ ଥିଲା ଡିସେମ୍ବର ୩୧। ନିର୍ଦ୍ଦେଶ ଅନୁସାରେ ବେଆଇନ ଖଣି ଖନନ ଲାଗି ଲିଜ୍‌ଧାରୀଙ୍କଠାରୁ ୧୭ହଜାର ୫ଶହ କୋଟି ଟଙ୍କା କ୍ଷତିପୂରଣ ଆଦାୟ ହେବା କଥା। ନିର୍ଦ୍ଧାରିତ ସମୟ ଭିତରେ କିଛି ମାଇନସରୁ ମିଳିନଥିଲା କ୍ଷତିପୂରଣ।

ଏହାପରେ ୨୦୧୮ ଜାନୁଆରୀ ୩୧ରେ ସୁପ୍ରିମକୋର୍ଟ ବଳପୂର୍ବକ କ୍ଷତିପୂରଣ ଆଦାୟ ଲାଗି ଆଉ ଏକ ନିର୍ଦ୍ଦେଶ ଦେଲେ। କହିଲେ ଖଣିମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ପଠାଅ। ୬୦ ଦିନ ଭିତରେ କ୍ଷତିପୂରଣ ନ ଦେଲେ ସାର୍ଟିଫିକେଟ୍‌ କେଶ କର। ଏହି ନିର୍ଦ୍ଦେଶ ପରେ ଆଉ କିଛି ଖଣି ଲିଜଧାରୀ କ୍ଷତିପୂରଣ ଦେଲେ। ଆଦାୟ ହୋଇଥିଲା ମୋଟ ୧୨ ହଜାର କୋଟି ଟଙ୍କା। ମିଳି ନଥିଲା ଆଉ ୫ ହଜାର ୫ଶହ କୋଟି ଟଙ୍କା। ସେହି ଟଙ୍କା ଆଦାୟ ନେଇ ଜିଲ୍ଲାପାଳମାନଙ୍କୁ ସାର୍ଟିଫିକେଟ୍‌ କେଶ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। କ୍ଷତି ପୂରଣ ଦେଇନଥିବା ୩୧ଟି କମ୍ପାନୀ ମଧ୍ୟରୁ ଯୋଡ଼ାରେ ୨୮ଟି ଓ କେନ୍ଦୁଝରରେ ୩ଟି ଖଣି ରହିଛି। ୩୧ଟି ଖଣିର ୨୩ ଜଣ ମାଲିକଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି ଚାଲିଛି।.

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

8 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

27 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

35 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

52 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago