ବେଆଇନ୍ ଖଣି ଖନନ ମାମଲା, ଆଜି ସୁପ୍ରିମକୋର୍ଟରେ ଜବାବ ରଖିବେ ସରକାର

ଭୁବନେଶ୍ବର(କେନ୍ଯୁଜ୍): ଆଇନ ଖଣି ଖନନ ନେଇ ଆଜି ସୁପ୍ରିମକୋର୍ଟରେ ରହିଛି ଶୁଣାଣି । କ୍ଷତିପୂରଣ ଆଦାୟ ଓ କ୍ଷତିପୂରଣ ଦେଇ ନଥିବା ଖଣି ମାଲିକଙ୍କ ବିରୋଧରେ ହୋଇଥିବା କାର୍ଯ୍ଯନୁଷ୍ଠାନ ସମ୍ପର୍କରେ ନିଜ ଉତ୍ତର ରଖିବେ ରାଜ୍ୟ ସରାକାର । ବର୍ତ୍ତମାନ କ୍ଷତିପୂରଣ ଦେଇ ଥିବା ଖଣି ଲିଜ୍‌ଧାରୀଙ୍କ ବିରୋଧରେ ସାର୍ଟିଫିକେଟ୍‌ କେସ୍ ଚାଲିଛି । ବେଆଇନ ଖଣି ଖନନ ଉପରେ ଗତବର୍ଷ ଅଗଷ୍ଟ ୨ ତାରିଖରେ କ୍ଷତିପୂରଣ ଆଦାୟ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା। ଡେଡ୍‌ ଲାଇନ ଥିଲା ଡିସେମ୍ବର ୩୧। ନିର୍ଦ୍ଦେଶ ଅନୁସାରେ ବେଆଇନ ଖଣି ଖନନ ଲାଗି ଲିଜ୍‌ଧାରୀଙ୍କଠାରୁ ୧୭ହଜାର ୫ଶହ କୋଟି ଟଙ୍କା କ୍ଷତିପୂରଣ ଆଦାୟ ହେବା କଥା। ନିର୍ଦ୍ଧାରିତ ସମୟ ଭିତରେ କିଛି ମାଇନସରୁ ମିଳିନଥିଲା କ୍ଷତିପୂରଣ।

minesଏହାପରେ ୨୦୧୮ ଜାନୁଆରୀ ୩୧ରେ ସୁପ୍ରିମକୋର୍ଟ ବଳପୂର୍ବକ କ୍ଷତିପୂରଣ ଆଦାୟ ଲାଗି ଆଉ ଏକ ନିର୍ଦ୍ଦେଶ ଦେଲେ। କହିଲେ ଖଣିମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ପଠାଅ। ୬୦ ଦିନ ଭିତରେ କ୍ଷତିପୂରଣ ନ ଦେଲେ ସାର୍ଟିଫିକେଟ୍‌ କେଶ କର। ଏହି ନିର୍ଦ୍ଦେଶ ପରେ ଆଉ କିଛି ଖଣି ଲିଜଧାରୀ କ୍ଷତିପୂରଣ ଦେଲେ। ଆଦାୟ ହୋଇଥିଲା ମୋଟ ୧୨ ହଜାର କୋଟି ଟଙ୍କା। ମିଳି ନଥିଲା ଆଉ ୫ ହଜାର ୫ଶହ କୋଟି ଟଙ୍କା। ସେହି ଟଙ୍କା ଆଦାୟ ନେଇ ଜିଲ୍ଲାପାଳମାନଙ୍କୁ ସାର୍ଟିଫିକେଟ୍‌ କେଶ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। କ୍ଷତି ପୂରଣ ଦେଇନଥିବା ୩୧ଟି କମ୍ପାନୀ ମଧ୍ୟରୁ ଯୋଡ଼ାରେ ୨୮ଟି ଓ କେନ୍ଦୁଝରରେ ୩ଟି ଖଣି ରହିଛି। ୩୧ଟି ଖଣିର ୨୩ ଜଣ ମାଲିକଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି ଚାଲିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.