Below header

ଚିଲିକାରେ ଉଡିଥିଲା ଇମ୍ଫାର ହେଲିକପ୍ଟର,ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ରୁଜୁ

ଚିଲିକା(କେନ୍ଯୁଜ୍): ଚିଲିକାରେ ଉଡିଥିଲା ଇମ୍ଫାର ହେଲିକପ୍ଟର । ସେହି ହେଲିକପ୍ଟରକୁ ସିଜ୍‌ କରିଛି ପୁରୀ ପୋଲିସ । ଏହାସହ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀଗତ ୧୫ ତାରିଖରେ ଚିଲିକା ଉପରେ ଏକ ଧଳା ରଙ୍ଗର ହେଲିକପ୍ଟର ଉଡ଼ିଥିବା ଅଭିଯୋଗ ହୋଇଥିଲା ।

baijanta pandaସେହି ହେଲିକପ୍ଟରକୁ ବୈଜୟନ୍ତ ପଣ୍ଡା ଚଳାଉଥିଲେ । ସେଥିରେ ବୈଜୟନ୍ତଙ୍କ ସହ ଆଉ ୨ ଜଣ ଥିଲେ ବୋଲି ପୁରୀ ଏସ୍‌ପି କହିଛନ୍ତି । ଏନେଇ ଅରଖକୁଦା ସାମୁଦ୍ରିକ ଥାନାରେ ଏତଲା ଦେଇଥିଲା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବା ସିଡିଏ । ଏହାପରେ ଆରମ୍ଭ ହୋଇଥିଲା ତନାଘନା । ବୈଜୟନ୍ତଙ୍କ ହ୍ୟାଙ୍ଗର ସିଜ୍‌ ହୋଇଥିବା ବେଳେ ବ୍ଲାକବକ୍ସ ଡାଟା ପାଇଁ ଭୁବନେଶ୍ୱର ବିମାନବନ୍ଦନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି ପୁରୀ ପୋଲିସ । ସେପଟେ ବୈଜୟନ୍ତ ପଣ୍ଡା ଟ୍ଵିଟ୍‌ କରି କହିଛନ୍ତି ମୋତେ ମାମଲା ଭିତରକୁ ଟଣାଯିବାକୁ ଚେଷ୍ଟା କରାଯାଉଛି। ଏହା ମୋ ବିରୋଧରେ ଏକ ଷଡଯନ୍ତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.