Below header

ଭାଇଜାନ ପୁଣି ଲଞ୍ଚ କରିବେ ବଲିଉଡ଼ରେ ନବାଗତା

ମୁମ୍ବାଇ : ବଲିଉଡ଼ରେ ଭାଇଜାନ ଭାବେ ଜଣାଯାଉଥିବା ପୁଣି ଥରେ ବଲିଉଡ଼ରେ ନବାଗତାଙ୍କୁ ଲଞ୍ଚ କରିବାକୁ ଯାଉଛନ୍ତି। ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ ନୂତନଙ୍କ ନାତୁଣୀଙ୍କୁ ଲଞ୍ଚ୍‌ କରିବେ ସଲମାନ ଖାନ୍‌। ସବୁବେଳେ ନୂଆ ଚେହେରାକୁ ସୁଯୋଗ ଦେଉଥିବା ସଲମାନ୍‌ ଏବେ ନୂତନଙ୍କ ନାତୁଣୀ ପ୍ରନୂତନଙ୍କୁ ଲଞ୍ଚ କରିବେ ବୋଲି ଘୋଷଣା କରିଛନ୍ତି। ଏନେଇ ସଲମାନ ଟ୍ଵିଟରରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସଲମାନ ଖାନ୍‌ ଫିଲ୍ମସ୍‌ ତରଫରୁ ପ୍ରଡ୍ୟୁସ ହେବାକୁ ଥିବା ଫିଲ୍ମ “ଜହିର ଇକବାଲ”ଙ୍କ ଅପୋଜିଟରେ ନଜର ଆସିବେ ପ୍ରନୂତନ। ଫିଲ୍ମକୁ ନିତୀନ କକ୍କଡ ନିର୍ଦ୍ଦେଶନା ଦେବେ ନେଇ ସୂଚନା ରହିଛି।

nutan

ଏହା ପୂର୍ବରୁ ମଧ୍ୟ ସଲମାନ ବହୁ ନୂଆ ଚେହେରାକୁ ବଲିଉଡରେ ସୁଯୋଗ ଦେଇଛନ୍ତି। ଫିଲ୍ମ ହିରୋରେ ସୁନୀଲ ସେଟ୍ଟିଙ୍କ ଝିଅ ଆଥିଆ ସେଟ୍ଟୀ ଓ ସୁରଜ ପାଞ୍ଚୋଲିଙ୍କୁ ସଲମାନ ଲଞ୍ଚ କରିଥିଲେ। ସେହପରି ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀଙ୍କୁ ମଧ୍ୟ ଦବଙ୍ଗ ଜରିଆରେ ବଲିଉଡରେ ଲଞ୍ଚ୍‌ କରିଥିଲେ ସଲମାନ। ତେବେ ଏବେ ରିଲିଜ୍ ଅପେକ୍ଷାରେ ଥିବା ଲଭରାତ୍ରୀରେ ମଧ୍ୟ ସଲମାନ ତାଙ୍କ ଭିଣୋଇ ଅୟୁଷ ଶର୍ମାଙ୍କୁ ଲଞ୍ଚ କରିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.