Categories: ରାଜ୍ୟ

ଆଜି ଉତ୍କଳ ଦିବସ , ରାଜ୍ୟ ପାଳୁଛି ୮୩ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର(କେ ନ୍ୟୁଜ୍‌) : ଆଜି ଉତ୍କଳ ଦିବସ। ୮୩ତମ ଉତ୍କଳ ଦିବସ ପାଳୁଛି ରାଜ୍ୟ। ୧୯୩୬ ମସିହା ଅପ୍ରେଲ ୧ତାରିଖରେ ଭାଷାଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ହୋଇଥିଲା ଓଡ଼ିଶା। ଏହି ଦିବସକୁ ପାଳନ କରି ଆଜିବି ମନେହୁଏ, ଓଡ଼ିଆ ଜାତି ଏବେ ମଧ୍ୟ ନୀତି ଓ ଗୌରବମୟ ଅତୀତର ସ୍ମତିଚାରଣ କରୁଛି। ବହୁ ଘାତ ପ୍ରତିଘାତ ସତ୍ତ୍ୱେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହୋଇଥିଲା। ନୂତନ ଓଡ଼ିଶାର ନିର୍ମାଣ ପର୍ବରେ ଯେଉଁ ମହାପୁରୁଷ ମାନେ ଆପ୍ରାଣ ଉଦ୍ୟମ ଚଳାଇଥିଲେ ଉତ୍କଳ ଜନନୀର ସେହି ସୁଯୋଗ୍ୟ ଦାୟାଦଙ୍କ ପ୍ରତି ଆଜିର ଦିନରେ ଭକ୍ତିପୂତ ପ୍ରଣାମ ଜଣାଇଥାଉ। ନିର୍ବିକାରରେ ଆତ୍ମୋତ୍ସର୍ଗ ଓ ସ୍ୱାର୍ଥତ୍ୟାଗ କରି ଯେଉଁ କେତେଜଣ ସୁନାମଧନ୍ୟ ଯୁଗପ୍ରବର୍ତ୍ତକ ନିଜର ନିଃସ୍ୱାର୍ଥପରତା ପ୍ରତିପାଦନ କରିଛନ୍ତି ସେମାନଙ୍କ ମଧ୍ୟରେ ଉତ୍କଳଗୌରବ ମଧୁସୂଦନ ଦାସ, ଗଜପତି କୃଷ୍ଣଚନ୍ଦ୍ର ଦେବ, ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମହାପାତ୍ର, କର୍ମବୀର ଗୌରୀଶଙ୍କର ପ୍ରମୁଖ ଅଟନ୍ତି। ଫଳରେ ଶତାବ୍ଦୀ ଶତାବ୍ଦୀ ଧରି ଉଚ୍ଚ ପରମ୍ପରା, ସଂସ୍କୃତି ଓ ମୂଲ୍ୟବୋଧର ସ୍ୱାତନ୍ତ୍ର‌୍ୟ ରଖିଆସିଥିବା ଓଡ଼ିଆଙ୍କ ସ୍ୱତନ୍ତ୍ର ପ୍ରଦେଶ ଗଠନର ଆଶା, ଆକାଂକ୍ଷା ଓ ସ୍ୱପ୍ନ ବାସ୍ତବତାରେ ପରିଣତ ହୋଇଥିଲା।

ଏହି ଉତ୍କଳ ଦିବସ ଉପଲକ୍ଷେ ଗତକାଲି ସଂଧ୍ୟାରେ ରାଜଧାନୀର ବିଭିନ୍ନ ସ୍ଥାନରେ ଆଲୋକମାଳାର ସାଜସଜ୍ଜା ଦେଖିବାକୁ ମିଳିଛି। ରଙ୍ଗୀନ୍‌ ଆଲୋକରେ ଝଲସି ଉଠିଛି ରାଜଧାନୀ । ବିଧାନସଭା, ସଚିବାଳୟ, କମିସନରରେଟ ପୋଲିସ ଭବନ, ରବିନ୍ଦ୍ର ମଣ୍ଡପ, ୧୨୦ ବାଟାଲିୟନ, ରାଜ୍ୟ ଅତିଥି ଭବନ ଏବଂ ବିଭିନ୍ନ ସ୍ଥାନକୁ ଆଲୋକମାଳାରେ ସଜାଯାଇଥିଲା। ବିଭିନ୍ନ ପ୍ରକାର ଡିଜାଇନ୍‌ର ଲାଇଟ୍‌ ସଜ୍ଜାଯାଇଛିା ସନ୍ଧ୍ୟାରେ ରାଜଧାନୀବାସୀ ଆଲୋକମୟ ସ୍ଥାନରେ ଛିଡା ହୋଇ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

59 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

4 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

5 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

5 hours ago